Odisha News

ଭିତରକନିକାରେ ଚାରି ପ୍ରଜାତିର ଡଲ୍‌ଫିନ୍‌: ଓଡ଼ିଶାରେ ୭୧୦, ଭିତରକନିକାରେ ୫୦୫

ଭୁବନେଶ୍ୱର, ୧୨/୩ : ଆସିଲା ରାଜ୍ୟର ଡଲଫିନ୍ ଗଣନା ରିପୋର୍ଟ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମୋଟ ୭୧୦ ଡଲଫିନ୍ ରହିଛନ୍ତି । ସେଥିମଧ୍ୟରୁ ଚିଲିକା ଡିଭିଜନ୍‌ରେ ୧୭୪, ବ୍ରହ୍ମପୁର ଡିଭିଜନ୍‌ରେ ୧୩ ଡଲଫିନ୍ , ପୁରୀ ଓ ବାଲେଶ୍ବର ଡିଭିଜନ୍‌ରେ ୭ଟି ଲେଖାଁଏ ଡଲଫିନ୍ ଓ ଭଦ୍ରକ ଡିଭିଜନ୍‌ରେ ଅଛନ୍ତି ୪ଟି ଡଲଫିନ୍ ଅଛନ୍ତି। ଏହାସହିତ ରାଜ୍ୟର ବିଭନ୍ନ ସ୍ଥାନରେ ଡଲଫିନ୍‌‌ ଗଣନା କରାଯାଇଥିବା ନେଇ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଚିଲିକା ଡିଭିଜନ୍‌‌ରେ ସର୍ବାଧିକ ୧୭୪ଟି ଡଲ୍‌‌ଫିନ୍‌‌ ରହିଥିବା ସୂଚନା ରହିଛି ।
ତେବେ ରାଜ୍ୟରେ ବର୍ତ୍ତମାନ ୪ ଟି ପ୍ରଜାତିର ଡ଼ଲଫିନ ଥିବା ଜଣାପଡିଛି । ଚିଲିକାରେ ୧୯୪ ଟି ଡଲଫିନ୍ ଥିବା ବେଳେ ସମଗ୍ର ଓଡିଶାରେ ୭୧୦ଟି ଡଲଫିନ୍ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ ଟି ଇରାୱାଡି ଡ଼ଲଫିନ ଅଛନ୍ତି । ବନ୍ୟପ୍ରାଣୀ ବିଭାଗ ତରଫରୁ କରାଯାଇଥିବା ଡ଼ଲଫିନ ଗଣନା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୩ ଦିନ ଧରି ଏହି ଗଣନା କାର‌୍ୟ୍ୟ କରାଯାଇଥିଲା । ଅର୍ଥାତ ଚଳିତ ବର୍ଷ ଜାନୁଆରୀ ମାସ ୨୦, ୨୧ ଏବଂ ୨୨ ତାରିଖରେ ଏହି ଡଲଫିନ୍ ଗଣନା କାର‌୍ୟ୍ୟ କରାଯାଇଥିଲା ।

Related Posts