Odisha News

କଟକରେ ଅଘଟଣ, ଦେହରେ ଡ଼ିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ

କଟକ, ୧୯/୨: ସକାଳୁ ସକାଳୁ କଟକରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳକ ନିଜ ଦେହରେ ଡିଜେଲ ଢାଳି ନିଜକୁ ଜାଳି ଦେଇଛନ୍ତି । ମୃତକ ପଶ୍ଚିମବଂଗ ଅଞ୍ଚଳର ୧୭ ବର୍ଷୀୟ ବାଳକ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହି ଅଞ୍ଚଳରେ ରହୁଥିବା ପଶ୍ଚିମବଂଗର ଜଣେ ନାବାଳକ ନିଜ ଦେହରେ ଡିଜେଲ ଢାଳି ନିଜକୁ ଜାଳି ଦେଇଛନ୍ତି । ଘଟଣାସ୍ଥଳରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । କେଉଁ କାରଣରୁ ନାବାଳକ ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ମୃତକଙ୍କ ବାପା କଟକରେ ରହି ବ୍ୟବସାୟ କରୁଥିଲେ ବୋଲି ସୂଚନା ମିଳିଛି ।

Related Posts