କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ ମଣ୍ଡି ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୨ : କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ ମଣ୍ଡି ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଅପରାହ୍ନ ରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ ମଣ୍ଡି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।
ଗତ କାଲି ଅପରାହ୍ନ ସମୟରେ ଜିଲ୍ଲାପାଳ ଶ୍ରୀ ପଣ୍ଡା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା, ଖଟଖଟିଆ , ମନମୁଣ୍ଡା, କୁରୁମ ପଦର ଆଦି ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ଧାନକ୍ରୟ ପ୍ରକ୍ରିୟା ଉପରେ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଏବଂ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।