Odisha News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୮ ନକ୍ସଲ ନିପାତ

ମାଲକାନଗିରି, ୧/୨: ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଓଡ଼ିଶା-ଛତିଶଗଡ଼ର ସୀମାରେ ସୁରକ୍ଷା ବାହିନୀ ସ୍ୱତନ୍ତ୍ର ଅଭିଯାନରେ ଟଳିଛନ୍ତି ୮ ଜଣ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି ।
ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର ଯବାନମାନେ ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ତୋଡ଼କାରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମୁହାଁମୁହିଁ ହୋଇଥିଲେ । ମାତ୍ର ସୁରକ୍ଷାବାହିନୀଙ୍କୁ ସାମ୍ନା କରି ପାରି ନ ଥିଲା ଲାଲବାହିନୀ । ଆଉ ଗୋଟିଏ ପରୋ ଗୋଟିଏ ଟଳିଛନ୍ତି ୮ ଜଣ ମାଓବାଦୀ । ଖବର ଲେଖାଯିବା ବେଳେକୁ ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଥିଲା ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଝାଡ଼ଖଣ୍ଡ ପୁଲିସ ଓ କୋବ୍ରା ୨୦୯ ବାଟାଲିୟନ୍‌ର ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିଲା । ସେପଟେ ଛତିଶଗଡ଼ରେ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେହିପରି ଆନ୍ଧ୍ର ଓଡିଶା ବର୍ଡର କମିଟିର ୨ ଲକ୍ଷ ପୁରସ୍କାର ମୁଣ୍ଡା ଜାମିନ ଜଣେ ଓ ୧ ଲକ୍ଷ ଲେଖାଏଁ ଘୋଷିତ ୪ ମାଓବାଦୀଙ୍କ ସମେତ ମୋଟ ୧୦ ଜଣ ନକ୍ସଲ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Related Posts