Odisha News

ଉପନିଷଦ ହେଉଛି ଆତ୍ମ ବିଦ୍ୟା ବା ବ୍ରହ୍ମ ବିଦ୍ୟା

ବରଦା ଦାସଙ୍କ ରିପୋର୍ଟ
କଟକ, ୧୬/୧୨ : ଉପନିଷଦ ର ଆଖ୍ୟରିକ ଅର୍ଥ ହେଲା ଗୁରୁଙ୍କ ଅତି ନିକଟରେ ବା ପାଦ ତଳେ ବସି ଶିଷ୍ୟ ର ଜ୍ଞାନ ଆହରଣ । ଥିଙ୍କର୍ଶ କ୍ଲବ ର ୧୦୮ ତମ ଆଭାସି ଆଲୋଚନା ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଡାକ୍ତର ଗୋପାଳ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭଗବତ ଗୀତାରେ ଉପନିଷଦ ରହସ୍ୟ ବିଷୟରେ ସାର ଗର୍ଭକ ଆଲୋଚନା କରିଥିଲେ ।
ଉପନିଷଦ ଜୀବନ ବିମୁଖତା ସୃଷ୍ଟି କରେ ନାହିଁ ବରଂ ପରିପୂର୍ଣ୍ଣ ଜୀବନ କଥା,ଜୀବନର ଜ୍ଞାନ,କର୍ମ,ଭକ୍ତି,ଜ୍ଞାନ,ପ୍ରେମ ଦ୍ଵାରା ବ୍ରହ୍ମ ସହିତ ସମ୍ପର୍କର ଗୁରୁତ୍ବ ଆରୋପ କରିଥାଏ ବୋଲି କହିଥିଲେ । ମୁକ୍ତିକ ଉପନିଷଦ ଅନୁସାରେ ୧୦୮ ଟି ଉପନିଷଦ ର ବିଭାଗୀକରଣ କରାଯାଇଛି । ୧୦୮ ମଧ୍ୟରେ ମୁଖ୍ୟ ଉପନିଷଦ ର ସଂଖ୍ୟା ୧୨ ଖଣ୍ଡ ଅଟେ ।
ବେଦ ବୁଝିବା ପୂର୍ବରୁ ବେଦାନ୍ତ ବା ଉପନିଷଦ ପାଠ କରିବାକୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ବିଶ୍ଵର ବହୁ ବିଦ୍ୱାନ ଉପନିଷଦ ଗୁଡ଼ିକୁ ବିଭିନ୍ନ ଭାଷାରେ ଅନୁବାଦ କରିଥିବା ବିଷୟ ଶ୍ରୀ ବରଦା ଦାସ ପ୍ରକାଶ କରିଥିଲେ ।
ଦିଲ୍ଲୀ,ବେଙ୍ଗାଳୁରୁ ,ଲଣ୍ଡନରୁ ପ୍ରିୟଙ୍କା ମହାନ୍ତି,ବାଲ୍ମୀକି ନାୟକ,ବିନୋଦ ମହାନ୍ତି, ଶ୍ରୀକାନ୍ତ ମହାନ୍ତି,ସୁକାନ୍ତ ସାହୁ,ପ୍ରେମ ଚାନ୍ଦ ମହାନ୍ତି ଆଦି ଯୋଗଦେଇ ଆଲୋଚନା କରିଥିଲେ । ପ୍ରଫେସର ଉମାଶଙ୍କର ମିଶ୍ର ନିଜ ମତ ଦେଇ ଧନ୍ୟବାଦ୍ ଦେଇଥିଲେ । ବିଭୁ ଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.