Odisha News

ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ, ଯେବେ ଚାହିଁବୁ, ସେବେ ବିଜେଡିକୁ ଭାଙ୍ଗିଦେବୁ

ଭୁବନେଶ୍ୱର, ୧୨/୧୨: ବିଜୁ ଜନତା ଦଳକୁ ଆଜି ପୁଣି ଥରେ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ଯେଉଁଦିନ ହୁଇସିଲ୍ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ ବୋଲି କହିଛନ୍ତି ଜୟନାରାୟଣ କହିଛନ୍ତି ।
ସେ କହିଛନ୍ତି ବିଜେଡ଼ି ନିଜ ଦଳର ନେତାଙ୍କୁ ରୋକନ୍ତୁ । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ଆମର କୌଣସି ଅସୁବିଧା ନାହିଁ ଯ ସେଥିପାଇଁ କେହି କଂଗ୍ରେସ ତ କେହି ବିଜେପି ଦଳର ପତାକା ତଳେ ଆସି ଛିଡ଼ା ହେଉଛନ୍ତି । ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଦଳଟା ଭାଙ୍ଗିଲେ ଖରାପ ଲାଗିବ ।
ସେ ଆହୁରି କହିଛନ୍ତି ଭଗବାନ କରନ୍ତୁ ଦଳଟା ଥାଉ, ଶତ୍ରୁ ବଞ୍ଚି ରୁହନ୍ତୁ, ଅପମାନିତ ହୁଅନ୍ତୁ । ମୁଁ ମୋ ଶତ୍ରୁକୁ କେବେ ମାରିଦେବାକୁ ଚାହେଁନି । ଶତ୍ରୁ ସବୁବେଳେ ବଞ୍ଚି ରହିବା ଦରକାର । ଶତ୍ରୁ ନ ରହିଲେ ଜୀବନରେ ମଜା ଆସେ ନାହିଁ । ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ । ମିତ୍ରର ଯେତେ ଆବଶ୍ୟକତା ଅଛି, ଶତ୍ରୁର ମଧ୍ୟ ସେତିକି ଆବଶ୍ୟକତା ରହିଛି ।
ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ୍ୟ କରିବା । ଯଦି ଆସିବାକୁ ଚାହିଁବେ, ତେବେ ସ୍ୱାଗତ । ବିଜେପି ଯେଉଁ ଦିନ ହୁଇସିଲ୍ ଫୁଙ୍କିବ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁ ଦିନ ବିଜେପି ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ଗୋଟିଏ ଲୋକ ରହିବେନି, କେବଳ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ ରହିଯିବେ । ନବୀନ ମଧ୍ୟ ପଳାଇ ଆସିବେ ବୋଲି କହି ତାତ୍ସଲ୍ୟ କରିଛନ୍ତି ଜୟ ନାରାୟଣ ।

Related Posts

Seo wordpress plugin by www.seowizard.org.