ସିଲ ହେଲା ସାଇରାମ ରେଷ୍ଟୁରାଣ୍ଟ : ଯାଞ୍ଚବେଳେ ସବୁ ମାପଦଣ୍ଡରେ ଫେଲ ମାରିଲା, ଉପଜିଲାପାଳଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ
ସୁଧାଂଶୁ ସିଂଙ୍କ ରିପୋର୍ଟ
ରାୟଗଡା,୨୭/୧୦: ରାୟଗଡ ସଦର ବ୍ଲକ ନିକଟସ୍ଥ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଛକରେ ଥିବା ସାଇରାମ ରେଷ୍ଟୁରାଣ୍ଟକୁ ଆଜି ସିଲ କରାଯାଇଛି ଜିଲ୍ଳା ପ୍ରଶାସନ ତରଫରୁ ।
ଯାଞ୍ଚବେଳେ ସବୁ କିଛି ପଦାରେ ପଡ଼ିଛି ବ୍ୟବସାୟକ ଗୋଷ୍ଠୀସହ ସହରୀ ଆୟୋଜନ ସଂସ୍ଥା ଏବଂ ପୌରପରିଷଦର ଅନୁକମ୍ପା ଯାହା ଏହି ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଏଜ ପ୍ରକାର ଅହେତୁକ ଅନୁକମ୍ପା ସାଜିଥିଲା। ଯେଉଁଥିରେ କି ଗ୍ରାହକଙ୍କ ପାଇଁ କୌଣସି ପ୍ରକାରର ସୁବିଧା ସୁଯୋଗ ନାହିଁ ।
ପାର୍କିଂ ବ୍ୟବସ୍ଥା ନାହିଁ । ଅନ୍ୟ ପକ୍ଷରେ ଉକ୍ତ ହୋଟେଲ ଖାଦ୍ୟ ପେୟ ଲାଇସେନ୍ସ ପ୍ରାପ୍ତ ନଥାଇ ମଧ୍ୟ ଜିଲ୍ଳା ପାଳ ଝଚ ଅଫିସ କାର୍ଯ୍ୟାଳୟରୁ କିଛି ମାତ୍ରା ବ୍ୟବଧାନରେ ବେଧଡ଼କ ଚାଲିଥିଲା ଏହି ସାଇରାମ ରେଷ୍ଟୁରାଣ୍ଟ ।
ରେଷ୍ଟୁରାଣ୍ଟଟି ସରକାରଙ୍କ ସମସ୍ତ ଆଇନକୁ ଉଲଘଂନ କରି ଚଲାଇ ଥିବା ଯାଞ୍ଚବେଳେ ଜଣାପଡିଛି । ହୋଟେଲ ଚଳାଇବାକୁ ହେଲେ ସରକାରୀ ନିୟମାନୁସାରେ ସାଧାରଣତଃ ଗ୍ରାହକଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ ।
ହୋଟେଲ ପାଇଁ ଉର୍ଦ୍ଦିଷ୍ଟ କୋଠାର ପରମିଟ ରହିବା ସହ ପାର୍କିଂ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ସୁରକ୍ଷା ଲାଗି ଅଗ୍ନିଶମ ବିଭାଗର ସୁରକ୍ଷା ପ୍ରମାଣପତ୍ର, ଗୁଣବତ୍ତା ଖାଦ୍ୟ ପାଇଁ ଖାଦ୍ୟର ଗୁଣାତ୍ମକ ମାନ ପାଇଁ ଆବଶ୍ୟକ ସ୍ୱୀକୃତି ପ୍ରାପ୍ତ ହେବା ନିହାତି ଜରୁରୀ ତାସହ ହୋଟେଲ ଭିତରେ ଲୋକେ ଆରାମସେ ବସି ଖାଇବା ପାଇଁ ଖାଇବା ଭୋଜନ ଲାଇସେନସ, ଇଏସ୍ଆଇ ପଞ୍ଜିକରଣ, ଗ୍ଧକ୍ସବୟର ଲାଇସେନ୍ସ କର୍ମଚାରୀଙ୍କ ପାଇଁ ଭବିଷ୍ୟତ ନିଧି ପଞ୍ଜିକରଣ, ପରିବେଶ ସୁରକ୍ଷା ଲାଇସେନସ, ହୋଟେଲରେ ବ୍ୟବସାୟିକ ଗ୍ୟାସ ସିଲଣ୍ଡରର ବ୍ୟବହାର , ଶୌଚାଳୟର ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା, ସ୍ବଛତା ପାଳନ, ଧନଜୀବନ ରକ୍ଷା ପାଇଁ ଇନସୁରାନ୍ସ, ହୋଟେଲ ଚଲାଇବା ପାଇଁ ପୁଲିସର ଅନୁମତି ପତ୍ର ଭଳି ଏକାଧିକ ପ୍ରମାଣପତ୍ର ସହ ବିଭିନ୍ନ ସରକାରୀ ନିୟମର ଅନୁପାଳନ କରିବା ଆବଶ୍ୟକ ।
କୌଣସି ବି ଗୋଟିଏ ମାନଦଣ୍ଡକୁ ସାଇରାମ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ପୂରଣ ନକରି ରାୟଗଡା ସହରର ଅତି ଗୁରୁତ୍ବପୂର୍ଣ୍ଣ ଜନଗହଳି ଅଞ୍ଚଳରେ ବେଆଇନଭାବେ ରେଷ୍ଟୁରାଣ୍ଟ ଚଳାଇଥିଲେ ।
ଏହା ବ୍ୟତୀତ ଜଦିଓ ଦେଖାଯାଏ ରାୟଗଡ ସଦର ଟାଉନ ରେ ଅନେକ ବେନାମୀ ରେଷ୍ଟରାଣ୍ଟ ଖୋଲିବା ବିକିବା ପୌରପରିଷଦ ନଜାଣିବା ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରେ ସହରୀ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ର ଅବନୀତି କୁ ଦର୍ଶାଇ ବା ସହ ଖାଦ୍ୟର ମାନଦଣ୍ଡ କୁ ନପାରଖିବା ଯାହା ଖାଦ୍ୟର ଗୁଣବତ୍ତାକୁ ନେଇ ପୂର୍ବରୁ ଅନେକ ଗ୍ରାହକ ପ୍ରଶ୍ନ ଉଠାଇଥିଲେ । ଏପରିକି ସାଇରାମ ସିଡିପିଓ କାର୍ଯ୍ୟାଳୟ ଛକ ରିଲିଆନ୍ସ ମାର୍ଟ ପାଖରେ ଥିବା ସାଇରମ ହୋଟେଲ ଏବଂ ରୁଚି ହୋଟେଲ ଗୁଡାକରେ ଗ୍ରାହକଙ୍କୁ ଜିଏସଟି ବିଲ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।
ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଜିଏସଟି ଫାଙ୍କି ଚାଲିଥିଲା । ଫଳରେ ସରକାର ବିପୁଳ ରାଜସ୍ବ ହରାଇଛନ୍ତି । ଏହି ପରି ହୋଟେଲର ଆର୍ଥିକ କାରବାରର ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି ।
ଆଜି ରାୟଗଡା ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନେତୃତ୍ୱରେ ପୁଲିସ, ରାୟଗଡ଼ା ପୋର ପରିଷଦ ନିର୍ବାହୀ ଅଧିକାରୀ, ଜିଲା ଯୋଗାଣ ଅଧିକାରୀଙ୍କ ମିଳିତ ଯାଞ୍ଚ ବେଳେ ଏହି ତଥ୍ୟ ପଦାକୁ ଆସିଛି ।
ରେଷ୍ଟୁରାଣ୍ଟରୁ ଦୁଇଟି ଘରୋଇ ବ୍ୟବହାର ଗ୍ୟାସ ସିଲିଣ୍ଡର ମଧ୍ୟ ଜବତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ରେଷ୍ଟୁରାଣ୍ଟକୁ ସିଲ କରିଛନ୍ତି ବୋଲି ରାୟଗଡା ପୌର ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି ।
ରାୟଗଡା ସହରରେ ଅନେକ ହୋଟେଲ ଓ ଦୋକାନରେ ନିମ୍ନମାନର ଓ ରାସାୟନିକ ଦ୍ରବ୍ୟ ମିଶା କଲର ବ୍ୟବହାର କରି ଖାଦ୍ୟ ବିକ୍ରୟ କରାଯାଉଥୁବାରୁ ଫୁଡ ପଏଜନ ହେବା ଆଶଙ୍କା ରହିଛି ।
ନିୟମିତ ଖାଦ୍ୟର ମାନ ଯାଞ୍ଚ କରାଯାଉନଥିବାରୁ ଏଭଳି ଭେଜାଲ ଖାଦ୍ୟ ସହରରେ ବିକ୍ରୟ ବଢିଥିବା ଅଭିଯୋଗ ହୋଇଛି ।
ସେହିପରି ମିଷ୍ଟାନ ଭଣ୍ଡାର ବାଲାଜୀ ମିଷ୍ଟାନ ଭଣ୍ଡାର ନୀଳାଞ୍ଚଳ ମିଷ୍ଟାନ ଭଣ୍ଡାର ଗୋବିନ୍ଦ ମିଷ୍ଟାନ ଭଣ୍ଡାର ଗୁଡ଼ିକ ର ଗୁଣାତ୍ମକ ମାନ ର ପରୀକ୍ଷା ନିରୀକ୍ଷା କରିବାକୁ ବି ଦାବି ହେଊଛି, ଜିଲ୍ଳା ପ୍ରଶାସନ ର ନୀରବତା କୁ ନେଇ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।
ଯାହା ଫଳରେ କି ରାୟଗଡା ସହରରେଏଭଳି ବେଆଇନ ଭାବେ ଚାଲୁଥିବା ହୋଟେଲ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖାଯିବ ଏବଂ ବ୍ୟାପକ ଚଢ଼ାଉ କରାଯିବ । ନିୟମ ମାନୁନଥିବା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ କହିଛନ୍ତି । ଆଜି ଉପଜିଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନକୁ ପ୍ରଂଶସା କରିଛନ୍ତି ସହରର ବୁଦ୍ଧିଜୀବୀ,ସମାଜସେବୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ।