Trending Now

ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ

Govt hikes passport fees from July 1, new one to cost Rs 2,500, Tatkaal Rs 5,000

ପୁଷ୍କରା, ମାଇଁ ସୁଇଟ୍ ହାଉସ୍ ୱାଇଫ୍ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା

At least 32 dead, more than 700 injured after twin earthquakes rock Venezuela

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ବଦଳିଲା ନବୀନ ପଟ୍ଟନାୟକଙ୍କ ସୋଶିଆଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍

By Odisha News Online Jun 12, 2024 517

ଓଡ଼ିଶା, ୧୨/୬ : କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି।
ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ। ସେଥିନିମନ୍ତେ ଭୁବନେଶ୍ୱରରେ ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Tags: Bhubaneswar ex chief minister naveen patnaik change his profile from social media ODISHA

Post navigation

Previous Previous post:

Chandrababu Naidu takes oath as Andhra Chief Minister, PM, NDA allies present

Next Next post:

Several Indians among 41 dead, dozens injured in Kuwait building fire

Related Posts

ଭଦ୍ରକରେ ଫୁଲୁଛି ବୈତରଣୀ, ବିପଦ ସଂକେତ ଉପରେ ବୈତରଣୀ, ୪ବ୍ଲକରେ ସମସ୍ତ ସ୍କୁଲ ଛୁଟି

By Odisha News Online Aug 4, 2023

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ବଲାଂଗୀର ଜିଲ୍ଲା ଶାଖାର ସଭା ଅନୁଷ୍ଠିତ

By Odisha News Online Nov 17, 2024

ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି

By Odisha News Online Jul 8, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

    Jun 25, 2026

  • ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ

    Jun 25, 2026

  • Govt hikes passport fees from July 1, new one to cost Rs 2,500, Tatkaal Rs 5,000

    Jun 25, 2026

Trending Now

  • Rohit Sharma ends SA hoodoo

    Feb 14, 2018

  • Kohli credits team effort for historic ODI series win vs Proteas

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ
  • ଝୁମ୍ପୁଡି ବସ୍ତି ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧାରଣା, ପ୍ରତିଶ୍ରୁତି ପରେ ପ୍ରତ୍ୟାହୁତ
  • Govt hikes passport fees from July 1, new one to cost Rs 2,500, Tatkaal Rs 5,000
  • ପୁଷ୍କରା, ମାଇଁ ସୁଇଟ୍ ହାଉସ୍ ୱାଇଫ୍ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର
  • ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
© Copyright 2015  - Odisha News Online
  • Privacy policy
  • Advertising
  • Contact us