Odisha News

୭୨ତମ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡା, ୧/୧୦ : ରାୟଗଡା ଜିଲ୍ଲା ମୁନିଗୁଡ଼ାର ଫୋରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବୀଣ ଦାସଙ୍କ ସଭାପତିତ୍ୱ ଓ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡ଼ା ବନଖଣ୍ଡ ଏସିଏଫସତୀଶ କୁମାର ଧରୁଆ,ସମ୍ମାନିତ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ, ମୁଖ୍ୟବକ୍ତା ଭାବେ ବନ୍ୟପ୍ରାଣୀ ଗବେଷକ ଆକାଶ ପ୍ରଧାନ, ବନ୍ୟପ୍ରାଣୀ ଗବେଷିକା ଆୟୁଷୀ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଅତିଥିମାନେ ସଂରକ୍ଷିତ ଜଙ୍ଗଲର ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି,ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା କରିବା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିବା ସହ ଜଙ୍ଗଲରେ ଆପତ୍ତକାଳୀନ ପରିସ୍ଥିତି କିମ୍ବା ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ସମୟରେ କିପରି ବିଷମ ପରିସ୍ଥିତିକୁ ଆୟତକୁ ନେବା ଏବଂ ସୁରକ୍ଷାକୁ ଗୁରୁତ୍ଵଦେଇ ପ୍ରାଣୀ ମାନଙ୍କୁ ଉଦ୍ଧାର ଓ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ସେ ନେଇ ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରକାଶ କରିଥିଲେ ।

Related Posts