Odisha News

୪୧ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହେଉଥିଲା ଜାଲ୍ ସାର୍ଟିଫିକେଟ, ଡାଏରୀରେ ରହିଛି ବହୁ କୋଟି ଟଙ୍କା କାରବାର ହିସାବ

ବଲାଙ୍ଗୀର,୨୭/୩: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।
ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ୧୯ ଜଣଙ୍କୁ ଗିରଫ କରିଲା ବଲାଙ୍ଗୀର ଥାନା ପୁଲିସ। ବଲାଙ୍ଗିର ସହର ଛାତି ଉପରେ ଥିବା ‘ରିଲାଏନ୍ସ ଏଜୁକେଶନ ଇନ୍ଷ୍ଟିଚ୍ୟୁଟ’ ଭିତରୁ ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ ମାର୍କସିଟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ନକଲି ରବର ଷ୍ଟାମ୍ପ, ତହସିଲଦାର ଓ ଜଏଣ୍ଟ ଡାଇରେକ୍ଟର ପ୍ରଭୃତି ୨୭ ଜଣ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମରେ ନକଲି ରବର ଷ୍ଟାମ୍ପ, ବହୁ ସଂଖ୍ୟକ କମ୍ପ୍ୟୁଟର, ହାର୍ଡଡିସ୍କ ଓ ମୋବାଇଲ୍ ଜବତ ହୋଇଛି।
ହାର୍ଡଡିସ୍କରେ ପ୍ରିଣ୍ଟ ହେବା ନିମନ୍ତେ ନକଲି ସାର୍ଟିଫିକେଟର ଦସ୍ତାବିଜ୍ ରହିଛି। ଏହାଛଡ଼ା ପ୍ରାୟ ୬ଟି ଜମିର କାଗଜପତ୍ର ମିଳିଛି। ନକଲି ସାର୍ଟିଫିକେଟ ଦେଇ ମିଳୁଥିବା ଟଙ୍କାରେ ଏହି ଜମି କିଣାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପାସ୍ବୁକ୍ ଜବତ କରାଯିବା ସହ ଟଙ୍କା ନେଣଦେଣ ସମ୍ପର୍କିତ ଅନେକ ତଥ୍ୟ ମିଳିଛି।
ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ ସେମାନଙ୍କୁ ପୁଲିସ ଗିରଫ କରିଛି।
ଆଜି ନକଲି ସାର୍ଟିଫିକେଟ କାରବାରର ପୁରା ପଦ୍ଦଫାସ କରିଛନ୍ତି ବଲାଙ୍ଗୀର ଏସପି। କେମିତି ଚାଲିଥିଲା ନକଲି ସାର୍ଟିଫିକେଟ କାରବାର ସେ ନେଇ ଆମ ‘ସମ୍ବାଦ’ ପ୍ରତିନିଧି ଏସପି ନିତିନ କୁଶଳକରଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
ଚର୍ଚ୍ଚା ହେଉଛି ଯେ, ମନୋଜ ଗ୍ରାହକମାନଙ୍କ ଠାରୁ ଦେଢ଼ ଲକ୍ଷରୁ ୨ ଲକ୍ଷ ନେଉଥିଲେ। କହୁଥିଲେ ଚାକିରିରେ କାମ ଆସିବ। ପୂରା ଅସଲି ସାର୍ଟିଫିକେଟ ଓ ଭେଲିଡ୍ ବୋଲି ଲୋକଙ୍କୁ ଫୁସୁଲାଇ ବହୁ ବର୍ଷ ହେଲା କୋଚିଂ ସେଣ୍ଟର ନାଁରେ ଦୋକାନ ଖୋଲିଥିଲେ।

Related Posts

Seo wordpress plugin by www.seowizard.org.