୧୬ ତମ ଜାତୀୟ ମତଦାତା ଦିବସ ପାଳିତ : ଶପଥ ନେଲେ ଶତାଧିକ ଜନସାଧାରଣ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।
ଏନେଇ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପଜିଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଶୁଭମ ଭୋସଲେ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ୨୦୧୧ରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଆସୁଛି।
ଭାରତ ଏକ ସଫଳ ଗଣତନ୍ତ୍ର ରାଷ୍ଟ୍ର। ଆମ ଦେଶରେ ଅବାଧ ଓ ମୁକ୍ତ ନିର୍ବାଚନ ହେଉଛି। ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି \” ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ୟ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା କୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବୁ ” ବୋଲି ଶପଥ ନେଇଥିଲେ ।
ପରେ ପରେ ଅତିଥି ଗଣ କହିଥିଲେ ଯେ, ଭୋଟ ଦେବାର ଅଧିକାର ଏବଂ କର୍ତ୍ତବ୍ୟ ଉପରେ ସଚେତନ କରିବା ସହ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକା ରେ ପଞ୍ଜିକରଣ କରିବା ପାଇଁ କହିଥିଲେ । ଏଥିରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ, ଅଭିମନ୍ୟୁ ପ୍ରଧାନ, ତୀର୍ଥବାସୀ ଘଡାଇ, ରଶ୍ମି ରଞ୍ଜନ ମହାରଣା, ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଙ୍କ ଉକ୍ତି : ” ଆସୁ ଝଡ଼ ଅବା ଆସୁ ତୋଫାନ ଗଛ ହିଁ ରଖିବ ଆମର ପ୍ରାଣ “
ବାଲିଗୁଡା, ୨୫/୧: ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ଇ-ଲାଇବ୍ରେରୀ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋସଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଇ-ଲାଇବ୍ରେରୀ ପରିସରରେ ବୃକ୍ଷରୋପଣ କରି \” ଆସୁ ଝଡ଼ ଅବା ଆସୁ ତୋଫାନ ଗଛ ହିଁ ରଖିବ ଆମର ପ୍ରାଣ \” ର ମର୍ମ ବୁଝାଇ ଉପସ୍ଥିତ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ ।
ଏଥିରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ, ଅଭିମନ୍ୟୁ ପ୍ରଧାନ, ତୀର୍ଥବାସୀ ଘଡାଇ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା
ବାଲିଗୁଡା, ୨୫/୧ : ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଉତ୍ସବ ପାଳନ କମିଟି ର ସମ୍ପାଦକ ଶିବ ଶଙ୍କର ସମରଥ, ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ ଶୁଭମ ଭୋଶଲେ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ ।
ଏହି ଗଣ ଦୌଡ଼ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଯାଇଥିଲା ଏବଂ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ରେ ସମାପ୍ତ ହୋଇଥିଲା ।
ଏଥିରେ ବାଲିଗୁଡା ଅଞ୍ଚଳର ୪୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ସାମିଲ୍ ହୋଇଥିାବା ବେଳେ କୃତି ଯୁବକ ଯୁବତୀଙ୍କୁ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ପ୍ୟାରେଡ ଉତ୍ସବରେ ପୁରସ୍କୃତ କରାଯିବ। ଏଥିରେ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ବହୁ ପଦାଧିକାରୀ ବରିଷ୍ଠ କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।




