Odisha News

ଡ଼ାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ କଲେ ଆତ୍ମହତ୍ୟା, ଚାରିଜଣ ମହିଳା ଓ ପାଞ୍ଚ ଜଣ ପୁରୁଷ

ମୁମ୍ବାଇ, ୨୦/୬: ଜଣେ କି ୨ ଜଣ ନୁହଁ। ଏକାଥରକେ ଗୋଟିଏ ପରିବାରର ୯ ଜଣ ଜୀବନ ହାରିଛନ୍ତି। ଜୀବନ ଯନ୍ତ୍ରଣାର ଭାରକୁ ସହିନପାରି ଏମାନେ ମୃତ୍ୟୁକୁ ସୁବୁଦିନ ପାଇଁ ଆଦରି ନେଇଛନ୍ତି।
ଏମିତି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଘଟିଛି। ସୋମବାର ମୁମ୍ବାଇଠାରୁ ୩୫୦ କିମି ଦୂରରେ ଏହି ଘଟଣା ଘଟିଛି। ଗୋଟିଏ ଡାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।
ଗୋଟିଏ ଘର ଭିତରୁ ମିଳିଛି ୯ଟି ମୃତ ଦେହ। ଘର ଭିତରେ ଗୋଟିଏ ସ୍ଥାନରୁ ୩ଟି ଏବଂ ଅନ୍ୟ ସ୍ଥାନରେ ୬ଟି ମୃତ ଦେହ ମିଳିଥିବା ସଙ୍ଗଲି ଏସପି ଦୀକ୍ସିତ୍ ଜେଡାମ କହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ସେ ହେଉଛନ୍ତି ପୋପାଟ ୟାଲ୍ଲାପା ଭାନମୋରେ(୫୨)।
ପେଶାରେ ସେ ଜଣେ ଡାକ୍ତର। ସେହିପରି ଅନ୍ୟମାନେ ହେଲେ ସଙ୍ଗୀତା ପୋପାଲ ଭାନମୋରେ(୪୮), ଅର୍ଚ୍ଚନା ପୋପାଟ ଭାନମୋରେ(୩୦), ଶୁଭମ ପୋପାଟ ଭାନମୋରେ(୨୮), ମାଣିକ ୟାଲାପା ଭାନମୋରେ(୪୯), ରେଖା ମାରିକ୍ ଭାନମୋରେ(୪୫), ଆଦିତ୍ୟ ମାଣିକ ଭାନମୋରେ(୧୫), ଅନିତା ମାରିକ୍ ଭାନମୋରେ(୨୮), ଅକ୍ତାଇ ଭାନମୋରେ(୭୨)। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ପାରିପାର୍ଶିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ପୁଲିସ କହିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକ୍ରୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ଏହି ପରିବାର ସଦସ୍ୟମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Related Posts

Seo wordpress plugin by www.seowizard.org.