ହେଲମେଟ ପରିଧାନ ନେଇ ବାଲିଗୁଡା ପୋଲିସର ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଆରକ୍ଷି ଅଧିକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶ କ୍ରମେ ବାଲିଗୁଡା ସହରରେ ମୋଟସାଇକେଲ ଚାଳକଙ୍କ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀ ମାନେ ଏକ ପଥପ୍ରାନ୍ତ ନାଟକ କରି ସଚେତନତା କରାଇଛନ୍ତିା ।
ଏହା ମା\’ ପାଟଖଣ୍ଡା ମନ୍ଦିର ସମ୍ମୁଖରୁ ବାହାରି ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି କରାଯାଇଥିଲା । ତ୍ରିବେଦୀ ପାର୍କ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ଏକ ପଥପ୍ରାନ୍ତ ନାଟକ କରିଥିଲେ ।
ଏଥିରେ କିଭଳି ଗାଡି ଚଲାଇବା ବେଳେ ଟ୍ରାଫିକ ନିୟମ ମାନି ଚଲାଇବା,ଗାଡି ଚଲାଇବା ବେଳେ ମୋବାଇଲରେ କଥା ହୋଇ କିଭଳି ଦୁର୍ଘଟଣାର ଶିକାର ହୋଇ ନିରିହ ମୁଲ୍ୟବାନ ଜୀବନ ଚାଲିଯାଉଛି ଆଦି ଅନେକ ଏହି ପଥପ୍ରାନ୍ତ ନାଟକରେ ସଚେତନତା କରାଯାଇଥିଲା । ଉପଖଣ୍ଡ ଆରକ୍ଷୀ ଅଧିକାରୀ କହିଛନ୍ତି ଯେ, ବାଲିଗୁଡା ଅଂଚଳରେ ଅଧିକାଂଶ ଲୋକଙ୍କ ହେଲମେଟ ଓ ସିଟବେଲ୍ଟ ପିନ୍ଧିବାର ଅଭ୍ୟାସ ନାହିଁ ଯାହାକି ବଡବଡ ସହର ମାନଙ୍କରେ ଲୋକେ ହେଲମେଟ ବ୍ୟବହାର କରୁଛନ୍ତି, ଲୋକେ କିଭଳି ଏହାକୁ ବ୍ୟବହାର କରିବେ ।
ସେ ସମ୍ପର୍କରେ ଛାତ୍ରଛାତ୍ରିଙ୍କୁ ନେଇ ଏକ ଶୋଭାଯାତ୍ରା ସହ ସଚେତନତା ପଥପ୍ରାନ୍ତ ନାଟକ କରିଛୁ ଟ୍ରାଫିକ ନିୟମ ମାନି ଚଳନ୍ତୁ ଓ ଦୁର୍ଘଟଣାରୁ ବଂଚନ୍ତୁ ବୋଲି କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ନିରିକ୍ଷକ ସମ୍ବିତ କୁମାର ସ୍ୱାଇଁ ଙ୍କ ସମେତ ପୁଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।