Odisha News

ହରଭଙ୍ଗା ବ୍ଲକର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୩ : ସୋମବାର ଅପରାନ୍ହ ୩ ଘଟିକା ସମୟରେ ହରଭଙ୍ଗା ବ୍ଲକର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ।
ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଲେଣ୍ଡିରିଜୋର୍ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ, ଝାଡ୍ରାଜିଙ୍ଗ ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ର ଛାତ୍ରୀ ରହୁଥିବା ଛାତ୍ରାବାସ,ବିଦ୍ୟାଳୟ ର ଭିତ୍ତିଭୂମି, ଶିକ୍ଷାଦାନ,ସ୍ୱଛତା, ପାନୀୟ ଜଳ ଆଦି ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ପଚାରି ବୁଝିଥିଲେ । ସେହିପରି ପୁରୁଣା କଟକ ଥାନାକୁ ମଧ୍ୟ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରିଦର୍ଶନ କରିଥିଲେ ।
ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts