Odisha News

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି,୨୭/୧୧ : ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ।
ଖବର ଅନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସିଆରପିଏଫ୍ ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲା । ସୁରକ୍ଷା ବାହିନୀ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା।
ଶେଷରେ ସୁରକ୍ଷା ବାହିନୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ବିଜାପୁର ଏସପି ଅଞ୍ଜନେଇ ବାର୍ନୀ ଏନେଇ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.