ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟ୍ରିପଲ -ଏ ର ସଫଳତା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୪/୫: ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ-ଏ ର ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।
ବିଦ୍ୟାଳୟର ୩୧ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ୱର ରଖୁଛନ୍ତି। ବିଜ୍ଞାନ ବିଭାଗର ଛାତ୍ର ବିଶ୍ବରଞ୍ଜନ ଜୁଝାରସିଂହ ୫ ଶହ ମାର୍କରୁ ୪୯୫ ନମ୍ବର ଶତକଡା ୯୯ ପ୍ରତିଶତ ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗର ଛାତ୍ରି ଇପାରୀ ସୁମନ ପାତ୍ର ୯୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି ।
ଏନେଇ ବିଦ୍ୟାଳୟର ଅଧକ୍ଷା ଦୀପ୍ତିମୟୀ ମହାନ୍ତି ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉତରୋତର କାମନା କରିଥିଲେ।
ସେ କହିଲେ ଯେ, ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ଆମ ବିଦ୍ୟାଳୟକୁ ଅଭୁତପୂର୍ଣ୍ଣ ସଫଳତା ମିଳିଛି । ବିଦ୍ୟାଳୟର ଏହି ସଫଳତା ପାଇଁ ପିଲାଙ୍କ ପ୍ରଚେଷ୍ଟା ଅଭିଭାବକ, ଅଭିଭାବିକାଙ୍କ ବିଶ୍ବାସ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହଭାଗିତାକୁ ପ୍ରଶଂସା କରିଥିଲେ ।
ଆଗକୁ ମଧ୍ୟ ଏହି ସଫଳତା ବଜାଏ ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିବ । ବିଶ୍ବରଞ୍ଜନର ଭବିଷ୍ୟତ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବାକୁ ସେ ପ୍ରତିଶୃତି ଦେଇଥିଲେ ।
ବିଦ୍ୟାଳୟର ଆସୋସିଏଟ ନିର୍ଦ୍ଦେର୍ଶକ ମିତାଲୀ ପରିଡା ପିଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କୃତି ଛାତ୍ରଛାତ୍ରୀଙ୍କ ପିତାମାତା ଗୁରୁଜନ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ବିଦ୍ୟାଳୟ ସମସ୍ତ ଅଧାପିକା, ଅଧାପକ, ଛାତ୍ରୀଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ ।
ଇଞ୍ଜିନିୟର ହୋଇ ଦେଶ ପାଇଁ ସେବା କରିବି
ବେଗୁନିଆ ନିବାସୀ ରଘୁନାଥ ଜୁଝାରସିଂହ ଓ ରୀନାରାଣୀଙ୍କ ଏକ ମାତ୍ର ପୁଅ ହେଉଛନ୍ତି ବିଶ୍ବରଞ୍ଜନ ଓ ବାପା ଏକ ଘରୋଇ ଚଳଚିତ୍ର ପ୍ରଡକ୍ସନ ସଂସ୍ଥାରେ ଟେକିନିକାଲରେ କାମ କରୁଥିବା ମାଆ ଜଣେ ଗୃହିଣୀ । ପୁଅର ଏହି ସଫଳତା ପାଇଁ ମାଆବାପା ଖୁସି ବ୍ୟକ୍ତ କରିଥିଲେ ।
ବିଶ୍ବରଞ୍ଜନ ଜଣେ ସଫଳ ଆଥେଲେଟ ଭାବେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ହାସଲ କରିଛନ୍ତି ।
ସେ କୁହନ୍ତି ଏହି ସଫଳତା ପାଇଁ ମୋର ମାଆବାପା ଏବଂ ବିଦ୍ୟାଳୟର ଅଧକ୍ଷା, ସମସ୍ତ ଅଧାପିକା, ଅଧାପକଙ୍କ ପ୍ରେରଣା, ଆର୍ଶୀବାଦ ରହିଛି ଓ ଦୈନିକ ୧୦ରୁ ୧୨ ଘଂଟା ପରିଶ୍ରମ କରିଛି । ଭବିଷ୍ୟତରେ ଜଣେ ଇଞ୍ଜିନିୟର ହୋଇ ଦେଶ ସେବା କରିବା ଲକ୍ଷ୍ୟ ରଖଛି ।




