Odisha News

ସହିଦ ସୁମନ୍ତ ପଧାନଙ୍କ ୪ର୍ଥ ସହିଦ ଦିବସ ପାଳିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୪/୯ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ତେନ୍ତୁଳିଗାଁ ରେ ସହିଦ ସୁମନ୍ତ ପଧାନ ଙ୍କ ୪ର୍ଥ ସହିଦ ଦିବସ ପାଳିତ ହୋଇଯାଇଛି।
ଏଥିରେ ସ୍ଥାନୀୟ ସରପଞ୍ଚ ଡିଗ୍ରୀ ମେହେର,ଲଛିପୁର ପଂଚାୟତ ମହାବିଦ୍ୟାଳୟ ଅଧ୍ୟାପିକା କଲ୍ୟାଣୀ ମିଶ୍ର,ପ୍ରଧାନ ଶିକ୍ଷକ ବରୁଣ ସାହୁ ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପଂଚାୟତ ପରିସରରେ ଥିବା ସହିଦ ସୁମନ୍ତ ପଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅଧ୍ୟାପିକା କଲ୍ୟାଣୀ ମିଶ୍ର ସହିଦ ସୁମନ୍ତ ପଧାନଙ୍କ ଦେଶପ୍ରେମ,ତ୍ୟାଗ ଓ ବଳିଦାନ ବିଷୟରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ ୨୦୨୦ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଦିଲ୍ଲୀ ଆର୍ମି କ୍ୟାମ୍ପ ରେ କାର୍ଯ୍ୟରତ ସମୟରେ ସୁମନ୍ତ ସହିଦ ହୋଇଥିଲେ।ଏହି କାର୍ଯ୍ୟକ୍ରମ କୁ ଗାଁର ଯୁବଗୋଷ୍ଠି ଓ ତାଙ୍କ ପରିବାର ସଂଚାଳନ କରିଥିଲେ।

Related Posts

Seo wordpress plugin by www.seowizard.org.