Bollywood

ସତୀଶ କୌସିକଙ୍କ ମୃତ୍ୟୁ ଟ୍ୱିଷ୍ଟ,ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମୁମ୍ବାଇ,୧୧/୩: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା।
ସତୀଶଙ୍କ ମୃତ୍ୟୁ ତାଙ୍କ ପରିବାରଲୋକଙ୍କୁ ଦେହଲାଇ ଦେଇଛି। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ କହୁଥିବା ବେଳେ ପ୍ରାରମ୍ଭିକ ଶବବ୍ୟବଚ୍ଛେଦ ରିପୋର୍ଟରେ ବି ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ଏବେ ସତୀଶଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼ ଦେଖା ଦେଇଛି।
ସାଉଥ ୱେଷ୍ଟ ଦିଲ୍ଲୀର ଯେଉଁ ଫାର୍ମହାଉସରେ ସତୀଶ କୌଶିକ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ହୋଲି ପାର୍ଟି କରିଥିଲେ, ସେଠାରୁ ଦିଲ୍ଲୀ କ୍ରାଇମ ଟିମ କିଛି ‘ଆପତ୍ତିଜନକ’ ଔଷଧ ଜବତ କରିଛି। ଏଥିସହ ଏହି ଔଷଧ ମଧ୍ୟରେ ନିୟମିତ ସେବନ କରୁଥିବା ବଟିକା ସହିତ ମଧୁମେହ ଓ ହଜମ ପାଇଁ ବ୍ୟବହାର ହେଉଥିବା ଔଷଧ ବି ରହିଛି। ଆଉ କିଛି ଔଷଧକୁ ନେଇ ଯାଞ୍ଚ ଚାଲିଛି।
ଡାକ୍ତର ଏଯାବତ କୌଣସି ଔଷଧକୁ ନେଇ ସନ୍ଦେହ କରି ନାହାନ୍ତି। ଏଥିସହିତ ସତୀଶଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ବି ନଥିଲା। ଆଗକୁ ପରୀକ୍ଷା ପାଇଁ ରକ୍ତ ଓ ହୃଦୟକୁ ରଖାଯାଇଛି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଏହି ରିପୋର୍ଟ ଆସିଯିବ। ପୁଲିସ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବିଶେଷ ରିପୋର୍ଟର ଅପେକ୍ଷା କରିଛି। ଏତଦ ଦ୍ବାରା ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ପୁଲିସ ହୋଲି ଭୋଜିକୁ ଆସିଥିବା ଅତିଥିଙ୍କ ତାଲିକ ବି ଯାଞ୍ଚ କରୁଛି।
ଅନ୍ୟପକ୍ଷରେ ହୋଲି ପାର୍ଟି ହୋଇଥିବା ଫାର୍ମ ହାଉସର ମାଲିକ ହେଉଛନ୍ତି ସତୀଶଙ୍କ ବନ୍ଧୁ ବିକାଶ ମାଲୁ। ତାଙ୍କ ନାମରେ ପୂର୍ବରୁ ଏକ ଦୁଷ୍କର୍ମ ମାମଲା ରହିଥିବା ପୁଲିସ୍ ଜାଣିବାକୁ ପାଇଛି।

Related Posts

Seo wordpress plugin by www.seowizard.org.