Odisha News

ସଂପ୍ରତି ଆମେରିକା,ବିଶ୍ଵ ଓ ଭାରତ ଆଭାଶୀ ଆଲୋଚନା

ବରଦା ଦାସଙ୍କ ରିପୋର୍ଟ
କଟକ, ୨୫/୨ : ଆମେରିକାର ପରିବର୍ତ୍ତିତ ରାଜନୈତିକ ପୃଷ୍ଠଭୂମିରେ ବିଶ୍ୱ ରାଜନୀତି ଓ ଏହାର ଭାରତ ଉପରେ ପ୍ରଭାବ ଶୀର୍ଷକ ଏକ ଆଭାସୀ ଆଲୋଚନା ଚକ୍ର ଥୀଙ୍କର୍ଷ କ୍ଲବ ଦ୍ୱାରା ଆୟୋଜନ କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିବେକ ପଟନାୟକ – IAS ନିଜର ଅଭିମତ ଦେବା ପରିପ୍ରେକ୍ଷୀରେ ବିଶିଷ୍ଠ ଆମେରିକାନ କୂଟନୀତିଜ୍ଞ ହେନେରୀ କିସିଂଜରଙ୍କ ଉକ୍ତି ଉଦ୍ଧାର କରି କହିଲେ \’ to be any enmy of America can be dangerous, but to be a friend is fatal.” ଅନ୍ୟତମ ଅତିଥି ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀ ମଳୟ ମିଶ୍ର -ଓୠଝ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଭିନ୍ନ କୁଟନୈତିକ ଓ ବାଣିଜ୍ୟକ ନୀତିର ସମ୍ପୂର୍ଣ ବିଶ୍ୱ ଓ ଭାରତ ଉପରେ ତାହାର ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ସ୍ଥମ୍ଭକାର ଓ ଅର୍ଥନୀତିଜ୍ଞ ଡକ୍ଟର ସନ୍ତୋଷ ମହାପାତ୍ର ଆମେରିକା ଓ ଭାରତର ଆଭ୍ୟନ୍ତରୀଣ ଅର୍ଥନୀତି ଓ ବାଣିଜ୍ୟକ ସମ୍ବଦ୍ଧ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଶ୍ରୀ ପ୍ରତାପ ରାଉତ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଦ୍ୱାରା ଭାରତ – ଆମେରିକା ଦୀପାକ୍ଷିକ ସମ୍ବଦ୍ଧରେ ସୁଧାର ଆସିବାର ଆଶା ବ୍ୟକ୍ତ କରିଥିଲେ । ଆଲୋଚନାରେ ଶ୍ରୀ ଉମାଶଙ୍କର ମିଶ୍ର, ଇଞ୍ଜିନିର ସୁଧାକର ପତ୍ରି, ଶ୍ରୀ ଜ୍ୟୋତି ମଲ ଆଦି ବିଶେଷ ଭାଗ ନେଇଥିଲେ ।
ଥୀଙ୍କର୍ଷ କ୍ଲବର ପ୍ରତିଷ୍ଠାତା ଓ ସଭାପତି ଶ୍ରୀ ବରଦା ଦାସ ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ । ପରିଶେଷରେ ଶ୍ରୀ ପ୍ରତାପ ରାଉତ ଧନ୍ୟବାଦ ପ୍ରସ୍ତାଵ ଆଗତ କରି ସମସ୍ତ ଅତିଥି ଓ ଉପସ୍ଥିତ ସହାଭାଗୀଙ୍କୁ ଆଭାର ବ୍ୟକ୍ତ କରିଥିଲେ ।

Related Posts