Odisha News

କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଲେ ଏଆଇସିସିସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର, ୨୯/୧: ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ତା’ ସହିତ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋ କରିଥିଲେ।
ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି ।
୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର ନେତା ସୁରେଶ ପାଣିଗ୍ରାହୀ, ସିପିଆଇ-ଏମଏଲ(ଲିବେରେସନ) ନେତା ଯୁଧିଷ୍ଠିର ମହାପାତ୍ର,ଫରୱାର୍ଡ଼ ବ୍ଲକର ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପିର ନେତା ବିକ୍ରମ ସ୍ୱାଇଁ, ଆରଜେଡିର ହରିଶ ମହାପାତ୍ର, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ସରକାର ଓ ତାଙ୍କ ସହ ଥିବା ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ସହ ଦେଶର ସମ୍ବିଧାନକୁ ସୁରକ୍ଷିତ ରଖିବା ନେଇ ଆଲୋଚନା ହୋଇଥିବାର ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି ।

Related Posts

Seo wordpress plugin by www.seowizard.org.