Bollywood

ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖ୍ ପାଇବେ ସର୍ବୋଚ୍ଚ ପୁରସ୍କାର “ଦାଦା ସାହେବ ଫାଲକେ ଆୱାଡ଼୍”

ମୁମ୍ୱାଇ,୨୭/୯: ଘୋଷଣା ହୋଇଛି ଚଳିତ ବର୍ଷର ଦାଦା ସାହେବ ପୁରସ୍କାର । ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନ । ଚଳଚ୍ଚିତ୍ର ଜଗତର ଏହି ବଡ ସମ୍ମାନ ପାଇବେ ଏହି ଲିଜେଣ୍ଡାରୀ ଆକ୍ଟ୍ରେସ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ।
୭୯ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଁ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ଥିଲା ହିଟ୍ ।
ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ ଓଓୠଇ ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା ।

Related Posts

Seo wordpress plugin by www.seowizard.org.