Top Stories

ଲଗାଣ ବର୍ଷାରେ ମାଲକାନଗିରି ମୋଟୁରେ ସ୍ଥିତି ସଙ୍ଗୀନ, ଜଳମଗ୍ନ ଅଞ୍ଚଳ ଉପରେ ନଜର ରଖିଛି ପ୍ରଶାସନ

କାଲିମେଳା, ୧୬/୭:ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର।
ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି।
ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଗୋଦାବରୀ ନଦୀର ଜଳ ନିଷ୍କାସିତ ହୋଇନପାରି ବୁଡିଛି ମୋଟୁ ଅଞ୍ଚଳର ୪ଟି ଗାଁ। କେବଳ ମୋଟୁ କାହିଁକି ଆନ୍ଧ୍ରର ଚିନ୍ତୁର ଓ କାଲେରୁ ଗାଁ ମଧ୍ୟ ଯଥେଷ୍ଟ ପ୍ରଭାବିତ ହୋଇଛି।
ଘରଦ୍ୱାର ସବୁ ପାଣିରେ ବୁଡ଼ି ରହିଛି । ଏମିତି ରହିଛି ମୋଟୁର ସ୍ଥିତି। ମୋଟୁରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଗୋଦାବରୀ ନଦୀ ଫୁଲୁଥିବାରୁ ଏହାର ପ୍ରଭାବରେ ମୋଟୁର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି।।ଏଥିଯୋଗୁ ଜାତୀୟ ରାଜପଥ- ୩୨୬ରେ ପଡ଼ୋଶୀ ରାଜ୍ୟକୁ ଯାତାୟାତ ଠପ୍ ହୋଇଯାଇଛି।

Related Posts

Seo wordpress plugin by www.seowizard.org.