Odisha News

ରାଜ୍ୟ ନିର୍ବାଚନ କମିଶନରଙ୍କ ଯାଜପୁର ଗସ୍ତ ସହ ପଞ୍ଚାୟତ ନିର୍ବାଚନ ସମୀକ୍ଷା

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୭/୧: ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ, ଆଇଏଏସ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ-୨୦୨୭ କୁ ନେଇ ସମୀକ୍ଷା କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୂରୀ, ଯାଜପୁର ଓ ବ୍ୟାସନଗର ପୌର ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। କମିଶନର ଶ୍ରୀ ପାଢ଼ୀ ଯାଜପୁର ଜିଲ୍ଲାର ଜନସଂଖ୍ୟା ପରିସଂଖ୍ୟାନ, ୱାର୍ଡମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟଙ୍କ ଆରକ୍ଷଣ, ନିର୍ବାଚିତ ପ୍ରତିନିଧିଙ୍କ ଶୂନ୍ୟସ୍ଥାନ, ବାଲାଟ ବାକ୍ସ ମହଜୁଦ, ମୋଟ ବୁଥ ସଂଖ୍ୟା ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ। ଏହାସହ ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲାରେ ଥିବା ଅସ୍ଥାୟୀ ବୁଥ, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ଯାଜପୁର ଏବଂ ବ୍ୟାସନଗର ପୌର ପରିଷଦର ଆଗାମୀ ପୌର ନିର୍ବାଚନ ପାଇଁ ମଧ୍ୟ ସମୀକ୍ଷା କରିଥିଲେ।

Related Posts