Odisha News

ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ବର,୭/୭: ରାଜ୍ୟରେ ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱର ଜିଲ୍ଲାରୁ ୨୮, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀର ଜିଲ୍ଲାରୁ ୫, କଟକ ଜିଲ୍ଲାରୁ ୨୯, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୧୭, ଯାଜପୁର ଜିଲ୍ଲାରୁ ୧୬, ଝାରସୁଗୁଡ଼ା ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୩୭, ମୟୂରଭଞ୍ଜ ଜିଲ୍ଲାରୁ ୧୪, ନବରଙ୍ଗପୁର ଜିଲ୍ଲାରୁ ୭, ନୟାଗଡ଼ ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୪, ରାୟଗଡ଼ା ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.