Odisha News

ରାଜ୍ୟରେ ୧୩ ତାରିଖ ଯାଏ ପାଗ ରହିବ ଶୁଖିଲା, ୧୪ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ

ଭୁବନେଶ୍ୱର ୯/୩ : ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୪-୫ଦିନ ପର‌୍ୟ୍ୟନ୍ତ ରାତି କିମ୍ବା ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି ।
ଅପରପକ୍ଷେ, ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାତି ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଝାରସୁଗୁଡ଼ାରେ ୩୬.୮ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକରେ ୩୬.୨ଡିଗ୍ରୀ ସେଲସିୟସ୍, ରାୟଗଡ଼ା, ବୌଦ୍ଧ ଓ ତାଳଚେରରେ ୩୬ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା ।
ତେବେ ସମ୍ବଲପୁର ଓ ଅନୁଗୁଳରେ ୩୫.୭ଡିଗ୍ରୀ ସେଲସିୟସ୍, ବଲାଙ୍ଗୀରରେ ୩୫.୫ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ ଓ ସୋନପୁରରେ ୩୫.୨ଡିଗ୍ରୀ ସେଲସିୟସ୍, କଟକ, ବାରିପଦା ଓ ମାଲକାନଗିରିରେ ୩୫ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Related Posts

Seo wordpress plugin by www.seowizard.org.