Odisha News

ରାଜ୍ୟରେ ଆଉ ୪୯୫ କରୋନା ସଂକ୍ରମିତ ଚିହ୍ନଟ, ୧୪୦ଜଣ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର,୪/୭: ରାଜ୍ୟରେ ଶନିବାର ଦିନ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୦ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୦ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ୪୯୫ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ଜଣ, ଅନୁଗୋଳ ଜିଲ୍ଲାରୁ ୨୪ ଜଣ, ବାଲେଶ୍ବର ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୧୨ ଜଣ, କଟକ ଜିଲ୍ଲାରୁ ୧୩ ଜଣ, ଢେଙ୍କାନାଳ ଜିଲ୍ଲରୁ ଜଣେ, ଗଜପତି ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ, ଯାଜପୁର ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, କୋରାପୁଟ ଜିଲ୍ଲାରୁ ୫ ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୧୮ ଜଣ, ସମ୍ବଲପୁର ଜିଲ୍ଲାରୁ ୬ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩୬ ଜଣ ରହିଛନ୍ତି ।

Related Posts

Seo wordpress plugin by www.seowizard.org.