ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍ଆଇ, ମାଡ଼ିବସିଲା ଭିଜିଲାନ୍ସ
ଆଠଗଡ଼, ୨୨/୧ : ଭିଜିଲାନ୍ସ ଜାଲରେ କଟକ ସଦର ତହସିଲ କଖଡି ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା କଟକ ଭିଜିଲାନ୍ସ ଟିମ୍ । ଏକ ଜମିବାଡ଼ି ଦାଖଲ ଖାରଜ କେସ୍କୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।
ଆଠଗଡ଼ ତହସିଲ ଅନ୍ତର୍ଗତ ବ୍ରଜବିହାରୀପୁର ଗ୍ରାମର ପ୍ରଦୀପ୍ତ ରାଉତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଜାନକୀ ରଞ୍ଜନ ମଲ୍ଲିକ । କଖଡି କାର୍ୟ୍ୟାଳୟରୁ ଉଠାଇ ନେଲା ଭିଜିଲାନ୍ସ ଟିମ୍ ।




