Odisha News

ମୁରଶୁଣ୍ଡରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୩ : ଆଗଲପୁର (ଡୁଡୁକା ) ବ୍ଲକ ମୁରଶୁଣ୍ଡ ରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ ହୋଇଯାଇଛି।ମୁରଶୁଣ୍ଡ ସରପଞ୍ଚ ରଥି ସାହୁ ଅତିଥି ଭାବରେ ଯୋଗଦେଇ ନୂତନ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ।
ରିଜିଓନାଳ ମ୍ୟାନେଜର ବିକାଶ ଭାରତୀ ଓ ବେନ୍ଦ୍ରା ବ୍ରାଞ୍ଚ ମ୍ୟାନେଜର ବୃନ୍ଦାବନ ପ୍ରଧାନ ଆସିଷ୍ଟାଣ୍ଟ ମେନେଜର ଜ୍ୟୋତିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।
ଅଂଚଳବାସୀଙ୍କୁ ହାତ ପାହାନ୍ତା ରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଆମେ ବଦ୍ଧ ପରିକର ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ।ଉତ୍ତମ ବିଶ୍ୱାଳ ଓ ନିଁମେଇ ତ୍ରିପାଠୀ ଙ୍କୁ ଏ ଶାଖା ର ଦାୟିତ୍ୱ ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।

Related Posts