Odisha News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଚାଷୀଙ୍କ ପାଇଁ ଇନପୁଟ୍ ସବ୍‌ସିଡି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର :୧୫/୧୧ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚାଷୀଙ୍କ ପାଇଁ ଇନପୁଟ୍ ସବ୍‌ସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନ୍ପୁଟ ସବ୍ସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ଅନ୍ୟପଟେ ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, କୃଷକଙ୍କ ଟଙ୍କା ଯଥାଶୀଘ୍ର ହସ୍ତାନ୍ତର ପାଇଁ କେନ୍ଦ୍ର ପ୍ରତିଶୃତିବଦ୍ଧ ।
କେନ୍ଦ୍ର ବିଶେଷଜ୍ଞ ପରାମର୍ଶ ସମିତି ଦ୍ୱାରା ଏନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତ ସଂପର୍କରେ ବୀମା କମ୍ପାନୀ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେଣୁ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ଟଙ୍କା ଦିଆଯାଉ ବୋଲି କହିଛନ୍ତି ।

Related Posts

Seo wordpress plugin by www.seowizard.org.