Bollywood

ମିସେସ୍ ୱାର୍ଲଡ୍ ୨୦୨୨ରେ ଓଡ଼ିଆ ଝିଅ ନବଦୀପ


ମୁମ୍ବାଇ, ୧୭/୧; ଚମକିଲେ ଓଡିଆ ଝିଅ। ମିସେସ୍ ୱାର୍ଲଡ୍ ୨୦୨୨ ବ୍ୟୁଟି ପାଜେଣ୍ଟ ରେ ବେଷ୍ଟ କଷ୍ଟ୍ୟୁମ୍ ଜିତି ସେ ଭାରତ ସମେତ ଓଡିଶା ପାଇଁ ଗୌରବ ଆଣିଛନ୍ତି। ସେ କୁଣ୍ଡାଳିନୀ ଚକ୍ର ଦ୍ୱାରା ଅନୁପ୍ରାଣିତ ଏକ ଚମତ୍କାର ସୁନା ଆଭାଣ୍ଟ ଗାର୍ଡ ପୋଷାକ ପିନ୍ଧି ବିଜେତା ଭାବରେ ଉଭା ହୋଇଥିଲେ।
ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୧ରେ ମୁକୁଟ ପିନ୍ଧିଥିବା ନବଦୀପ, ଆମେରିକାର ଲାସ୍ ଭେଗାସ୍, ନେଭାଡା ଠାରେ ଆୟୋଜିତ ମିସେସ୍ୱାର୍ଲ୍ଡ ୨୦୨୨ର କଷ୍ଟ୍ୟୁମ୍ ରାଉଣ୍ଡ ଜିତିଛନ୍ତି। ଏହି ରାଉଣ୍ଡରେ ଅଂଶଗ୍ରହଣକାରୀମାନେ ନିଜ ପୋଷାକ ମାଧ୍ୟମରେ ନିଜ ଦେଶର ବିଶେଷତ୍ବ ଦର୍ଶାଇଥିଲେ। ନବଦୀପ ମଧ୍ୟ ଏହି ପ୍ରତିଯୋଗିତାରେ ନିଜ ଦକ୍ଷତା ବଳରେ ଶ୍ରେଷ୍ଠ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି।
ନବଦୀପ କୌରଙ୍କର ଘର ରାଉରକେଲାର କାନସବାହାଲରେ । ସେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ବ୍ୟବସାୟ ପ୍ରଶାସନରେ ମଧ୍ୟ ମାଷ୍ଟର୍ସ କରିଛନ୍ତି। ବ୍ୟୁଟି ପାଜେଣ୍ଟରେ ଭାଗ ନେବା ପୂର୍ବରୁ ସେ ଏକ ଘରୋଇ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ୨୦୨୦ ରେ ମିସେସ୍ ଇଣ୍ଡିଆ ୱାର୍ଲ୍ଡର ଟାଇଟଲ୍ ଜିତିବା ପୂର୍ବରୁ ସେ ସହକାରୀ ପ୍ରଫେସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Related Posts

Seo wordpress plugin by www.seowizard.org.