ମାଧପୁର ଶିବ ରାତ୍ରି ପାଇଁ ପୂଜା ପ୍ରସ୍ତୁତି
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟ
କେନ୍ଦୁଝର, ୧୫/୨ : ମାଧପୁର ସ୍ଥିତ ମା କାଳୀ ମନ୍ଦିର ଭିତରେ ଥିବା ଶିବ ମନ୍ଦିର ଅବସ୍ଥିତ । ଶିବ ରାତ୍ରି ଉପଲକ୍ଷେ ତା ୧୪/୦୨/୨୦୨୬ ରିଖ ଅପରାହ୍ନ ୪ ଘଟିକା ସମୟରେ ଘଟ ସ୍ଥାପନ କରାଯାଇ ଆଜି ଶିବ ରାତ୍ରି ଉପଲକ୍ଷେ ଭକ୍ତ ମାନେ ଆସି ନିଜ ନିଜ ମନସ୍କାମନା କରି ଧୂପ, ଦୀପ ଦେଇ ଶିବଙ୍କ ନିକଟରେ ପ୍ରାର୍ଥନା କରୁଛଅନ୍ତି ।
ଏ ମନ୍ଦିର ଆଜକୁ ୩୩ ବର୍ଷ ହେବ ପୂଜା ଚାଲି ଅଛି । ଭକ୍ତ ଏବଂ ଜନସାଧାରଣ ମା କାଳୀଙ୍କ ମନ୍ଦିର କୁ ଉନ୍ନତ ଧରଣ କରିବା ପାଇଁ ସମସ୍ତେ ଆଶା ପ୍ରକାଶ କରିଛନ୍ତି ।
ବର୍ଷକୁ ଥରେ ଶିବ ରାତ୍ରି ଆସେ । ଏ ରାତି ସମସ୍ତଙ୍କ ପାଇଁ ଦୁଃଖ, ସୁଖ ସମୃଦ୍ଧି ତଥା ଜୀବନର ଆଶା, ଆକାଂକ୍ଷା କୁ ଲକ୍ଷ୍ୟ ରଖି ଉପବାସ ରହି ଶିବଙ୍କୁ ପୂଜା କରିଥାନ୍ତି ।




