Odisha News

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍

କଟକ, ୧୦/୧୦ : ଭିଜିଲାନ୍ସ ଜାଲରେ SCB ମେଡିକାଲର ଡାଟାଏଣ୍ଟ୍ରି ଅପରେଟର୍। ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସ୍ମୃତିରଂଜନ। ହେପାଟାଇଟିସ୍ ପୀଡ଼ିତ ବାପା ପାଇଁ ଔଷଧ ଦେବାକୁ ପୁଅଠାରୁ ଲାଞ୍ଚ ନେଉଥିଲେ ସ୍ମୃତିରଂଜନ ।
ସେ ଔଷଧ ମାଗଣାରେ ମିଳୁଥିଲେ ବି ଗରିବ ବ୍ୟକ୍ତିଙ୍କଠାରୁ ୨ ହଜାର ମାଗିଥିଲେ । ଏନେଇ ଅଭିଯୋଗ ପରେ ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ ।

Related Posts

Seo wordpress plugin by www.seowizard.org.