Odisha News

ବ୍ୟାଙ୍କ ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ସାଇବର ପୁଲିସ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର,୧୦/୭: ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ସହର ବରପାଲି ପଡ଼ାର କୈଳାଶ ମହାନ୍ତି। ଆଜି ତାକୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତିଁ।
ପ୍ରକାଶ ଯେ ଛନ୍ଦା ଚରଣ ବର୍ଗେ ଋଣ କରାଇ ଦେବା ନାମରେ ଠକେଇର ଶୀକାର ହୋଇଥିବା ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ବଲାଙ୍ଗିର ତାଲପାଲିପଡାର କୈଲାସ ମହାନ୍ତି ନାମକ ଜଣେ ଯୁବକ ତାଙ୍କ ପାଖକୁ ଯାଇ କମ ସୁଧରେ ଋଣ କରାଇ ଦେବା ପାଇଁ କହିଥିଲେ । ତାଙ୍କ କଥାରେ ପଡି ଶ୍ରୀ ବର୍ଗେ ସବୁତକ କାଗଜପତ୍ର ଦେବା ପରେ ଭୂବନେଶ୍ୱର ଆଇଏମଏମଟି କ୍ୟାମ୍ପସ ଏସବିଆଇ ଶାଖାରୁ ତାଙ୍କ ନାମରେ ନଅ ଲକ୍ଷ ଚାଲିଶ ହଜାର ଟଙ୍କାର ଋଣ କରାଇଥିଲେ ।
ଋଣ କରିବା ପରେ କିସ୍ତି ହିସାବରେ ସେ ଶ୍ରୀ ବର୍ଗେଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥିବା ବେଳେ ବାକିତକ ୪ ଲକ୍ଷ ୪୦ ହଜାର ଟଙ୍କା ସେ ଦେଇନଥିଲେ । ଏନେଇ ଅଭିଯୋଗ ହେବା ପରେ ସାଇବର ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସଂପୃକ୍ତ ଅଭିଯୁକ୍ତ ଜଣକ ଦାନୀ ସରଭଙ୍ଗ ନାମକ ଏକ ଜମାଖାତା କୁ ଉକ୍ତ ୪ ଲକ୍ଷ ୪୦ ହଜାର ଟଙ୍କା ନେଇଥିବା ଜଣାପଡିଥିଲା ।
ଛନ୍ଦା ଚରଣ ବର୍ଗେଙ୍କ ଭଳି ଦାନୀ ସରଭଙ୍ଗ ମଧ୍ୟ ଜଣେ ପୀଡିତ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଏହିଭଳି ଭାବେ ଅଭିଯୁକ୍ତ କୈଲାସ ମହାନ୍ତି ଅନେକ ଲୋକଙ୍କୁ ଋଣ କରାଇଦେଇ ଟଙ୍କା ଠକେଇ କରିଥିବା ତଦନ୍ତ ସମୟରେ ଜଣାପଡିଛି । ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.