ବ୍ରହ୍ମା କୁମାରୀ ରାଜଯୋଗୀନୀ ଡଃ କମଲେଶ ଦିଦିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
ଫୁଲନଖରା, ୨୩/ ୧୧ : ନାଁ ଥିଲା ତାଙ୍କର କମଲେଶ। କମଳ ଫୁଲ ପରି ସୁଗନ୍ଧିତ ଓ ପ୍ରସ୍ଫୁଟିତ ହୋଇ ଏକ ଅଲୌକିକ ମାଆ ର ପାଳନା ଦେଇ ସାରା ଓଡିଶାରେ ବହୁ ବ୍ରହ୍ମା ବତ୍ସ ସୃଷ୍ଟି କରି ଦେଇ ଆଜିର ଦିନରେ ଗତ ବର୍ଷ ପାର୍ଥିବ ଶରୀର ତ୍ୟାଗ କରିଥିଲେ।
ଏହି ଉପଲକ୍ଷେ ରବିବାର ଦିନ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଫୁଲନଖରା – ନିଆଳି ରାସ୍ତା ପାର୍ଶ୍ଵରେ ଅନନ୍ତପୁର ସ୍ଥିତ ବିଶ୍ୱଶାନ୍ତି ସରୋବର ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ଅବସରରେ ବଡ ଦିଦିଙ୍କ ସ୍ମୃତି ଉଦେଶ୍ୟରେ ଏକ କମଳ ଉଦ୍ୟାନ ଆଜି ସକାଳେ ଲୋକାର୍ପିତ ହୋଇଥିଲା। ଏଥିରେ ସୁଦୂର ବ୍ରହ୍ମାକୁମାରିଜ ମୁଖ୍ୟାଳୟ ମାଉଣ୍ଟ ଆବୁରୁ ରାଜଯୋଗିନୀ ବ୍ର. କୁ. ରୁକ୍ମଣୀ ଦିଦି,ଲଣ୍ଡନରୁ ଗୋପୀ ଦିଦି,ଦିଲ୍ଲୀର ଚକ୍ରଧାରୀ ଦିଦି, ବୁରହାନପୁରର ମଙ୍ଗଳା ଦିଦି ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ।
ତଦ ପଶ୍ଚାତ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା।
ବ୍ରହ୍ମା କୁମାରିଜ କଟକ ସବଜୋନ ନିର୍ଦ୍ଦେଶିକା ବ୍ର. କୁ. ସୁଲୋଚନାଙ୍କ ଅଧ୍ୟାକ୍ଷତା ର ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ହ୍ୟୁମାନ ରାଇଟ୍ସ କମିଶନର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୁଜାହାରୀ, ସମ୍ମାନିତ ଅତିଥି ଏ. ସି. ପି. ଅମିତାଭ ମହାପାତ୍ର, ପଦ୍ମଶ୍ରୀ ଶିଶିର ପଣ୍ଡା ଯୋଗ ଦେଇ ଦିଦିଙ୍କ ଓଡ଼ିଶାରେ ଆଧ୍ୟାତ୍ମିକ କ୍ରାନ୍ତି ଓ ସଂଘର୍ଷମୟ ଜୀବନ ଯାତ୍ରାର ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ଗୌଡ଼, ଡା ମହେନ୍ଦ୍ର ତ୍ରିପାଠୀ, ପଦ୍ମଶ୍ରୀ ଶିଶୀର ପଣ୍ଡା , ପୂର୍ବତନ ଲୋକାୟୁକ୍ତ ସଦସ୍ୟ ଡ଼ ଦେବବ୍ରତ ସ୍ବାଇଁ,କଣ୍ଠ ଶିଳ୍ପୀ ଶୈଳଭାମା ମହାପାତ୍ର,ଡକ୍ଟର ବି. କେ. ନଥମଲ, ମାଉଣ୍ଟର ବ୍ରାକୁ ଗୋଲକ,ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିକେ ମୋହନ ,ବି.କେ. ପ୍ରତିଭା ପୃଷ୍ଟି ଯୋଗ ଦେଇଥିଲେ।
ବ୍ର. କୁ. ଅସ୍ମିତା ଓ ବ୍ର. କୁ. ଉଷା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଦଶ ହଜାର ଭାଇଭଉଣୀ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।




