ବୌଦ୍ଧ କଣ୍ଟାମାଳ ବ୍ଲକ୍ ଉମା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୮ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଡ଼ିଓ ସାମ୍ମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଆଜିର ଶିବିରରେ ୪୫ ଗୋଟି ବ୍ୟକ୍ତିଗତ ଓ ୧୪ ଟି ଗୋଷ୍ଠିଗତ ଏଭଳି ମୋଟ ୫୯ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ୨୧ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା ।
ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।୦୨ ଜଣ ଅସହାୟଙ୍କୁ ୪୦୦୦ ଟଙ୍କା ତତ୍କାଳ ସହାୟତା ରେଡ୍ କ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ପଞ୍ଚାୟତ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯାଇଥିଲା ।
ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ କ୍ଷ




