Odisha News

ବିଲ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୦/୧୨ : ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଦନେକବାଡ଼ି ପଞ୍ଚାୟତର ପାଡ଼ାନକେତା ଗ୍ରାମରେ, ଉକ୍ତ ଗ୍ରାମର ଡରାପା ପ୍ରଧାନ ଦୀର୍ଘ ବର୍ଷ ହେବ ଅପସ୍ମର ରୋଗରେ ପୀଡିତ ଥିଲେ ।
ମଝିରେ ମଝିରେ ସେ ଅସୁସ୍ଥ ହେଉଥିଲେ ସେ ଅନେକ ଥର ଏଣେ ତେଣେ ଯାଉଥିଲେ ତାଙ୍କର ଦୁଇ ପୁଅ ବୋହୁ ଯତ୍ନନେଇ ତାଙ୍କୁ ସେବା କରି ଆସୁଥିଲେ ।
ହେଲେ ୧୭ ତାରିଖ ମଧ୍ୟାହ୍ନ ସମୟରେ ଘରେ କେହି ନ ଥିବା ସମୟରେ ଡରାପା ପ୍ରଧାନ ହଠାତ କୁଆଡ଼େ ଯାଇଥିଲେ । ପରିବାର ଲୋକେ ଆସି ଏଣେ ତେଣେ ଖୋଜା ଖୋଜି କରିବା ପରେ ୧୮ ତାରିଖ ସନ୍ଧ୍ୟା ସମୟରେ ପ୍ଲିହେରି ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରଦଣ୍ଡ ଗ୍ରାମର ପିତାସି ଚେକ୍ ଡେମ୍ ପାଖରେ ପାଣି ବିଲରେ ପଡ଼ି ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ ।
ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାରେ ଅବଗତି ପରେ ଥାନା ଅଧିକାରୀ କନକ ମାଝୀ, ଦନେକବାଡ଼ି ପଞ୍ଚାୟତ ସରପଞ୍ଚ ନଞ୍ଜୟ ପ୍ରଧାନ, ପାଡାନକେତା ଗ୍ରାମର ଗାଁ ସଭାପତି ରଞ୍ଜିତ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଶବ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
ଏ ନେଇ ପାଡାନକେତା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ମୃତକ ଜଣକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବାରୁ ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ଙ୍କ ତରଫରୁ ଦାବି କରିଛନ୍ତି ।

Related Posts