Odisha News

ବିଜୟ ସଂକଳ୍ପ ସମାବେଶ ରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନ ମନ୍ତ୍ରୀ ମୋଦି

ମହେନ୍ଦ୍ର କୁମାର ଦର୍ଯିଙ୍କ ରିପୋର୍ଟ
ବଲାଙ୍ଗୀର, ୧୨/୫: ବଲାଙ୍ଗୀର ସହର ର ସ୍ଥାନୀୟ ପଥରଚେପା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଜୟ ସଂକଳ୍ପ ସମାବେଶ ଅପରାହ୍ନ ୧୨ ଟା ରେ ଅନୁଷ୍ଠିତ ହୋଇଯାଇଛି।ମୋଦି ସଭସ୍ଥଳି କୁ ପହଞ୍ଚୁ ପହଞ୍ଚୁ ମୋଦି ନାରାରେ ସଭା ସ୍ଥାନ ଗର୍ଜି ଉଠିଥିଲା।ମୋଦି ମଧ୍ୟ ସଭସ୍ଥଳୀ ରେ ପହଞ୍ଚିବା କ୍ଷଣି ଗର୍ଜୀ ଉଠିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ବଲାଙ୍ଗୀର ବିଜେପି ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ମୋଦି ମାଁ ପାଟଣେଶ୍ୱେରୀ,ମାଁ ସମଲେଶ୍ଵରୀ,ମାଁ ସୁରେଶ୍ଵରୀ ଏବଂ ମାଁ ଲଙ୍କେଶ୍ଵରୀ ଙ୍କୁ ନମସ୍କାର କରି ତାଙ୍କର ଭାଷଣ ଆରମ୍ଭ କରିଥିଲେ।ବିଶାଳ ଜନ ସମୁଦ୍ର କୁ ଦେଖି ଖୁସି ହୋଇ ଯାଇଥିଲେ।
ତାପରେ ନବୀନ ସରକାର ଉପରେ ଗର୍ଜିବା ଆରମ୍ଭ କରିଦେଇଥିଲେ ।ଓଡ଼ିଶାରେ ବିଜେଡି ସରକାର ଙ୍କ ବିଦାୟ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ।ଲୋକଙ୍କ ଉତ୍ସାହ ଦେଖି ପରିବର୍ତ୍ତନ ନିଶ୍ଚୟ ହେବ ଏବଂ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ନିଶ୍ଚିତ ଆସିବ ବୋଲି ମୋଦି ଆକଳନ କରିଥିଲେ। ବିଜେଡି ଗରିବୀ ହଟାଇବ କହି କିଛି କରିନାହିଁ।
ଓଡ଼ିଶାର ଲୋକ ବହୁତ୍ ସ୍ଵାଭିମାନୀ।ଅନ୍ୟାୟ କୁ କେବେ ସହନ୍ତି ନାହିଁ।ଧନୀ ଓଡ଼ିଶା ର ଜନତା ଗରିବୀ ରେ ରହୁଥିବା ଦୁର୍ଭାଗ୍ୟ ଜନକ।ବିଜେଡି ହାତରେ ବନ୍ଧା ପଡ଼ିଛି ସ୍ୱାଭିମାନ ଓଡ଼ିଶା।ଓଡ଼ିଶା କୁ ଉଦ୍ଧାର କରିବା ପାଇଁ ଓଡ଼ିଶାରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକତା ରହିଛି।ଯାହାକି ବିଜେପି ପୁରା କରିବ,ଯଦି ବିଜେପି ଓଡ଼ିଶାରେ ସରକାର ଗଠନ କରିବ।
ଓଡ଼ିଆ ଅସ୍ମିତା କିପରି ବଞ୍ଚିବ।ଓଡ଼ିଆ ଭାଷା ସଙ୍କଟରେ ପଡ଼ିଛି ଜଣେ ଓଡ଼ିଆ କହି ଏବଂ ବୁଝି ଜାଣୁ ନ ଥିବା ଅଣ ଓଡ଼ିଆ କୁ ଓଡ଼ିଶାର ନେତୃତ୍ୱ କିପରି ଦିଆଯାଇଛି ବୋଲି କହିଥିଲେ।କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରୁ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ୁଛନ୍ତି।ତାଙ୍କୁ ବିନା କାଗଜରେ ଏ ଅଞ୍ଚଳର ୧୦ ଗୋଟି ନାମ ପଚାରିଲେ କହି ପାରିବେ ନାହିଁ।
ନବୀନ ଙ୍କୁ ବାଜା ବଜାଇ ଏଠାରୁ ବିଦା କରିବା ପାଇଁ କହିଥିଲେ।ଓଡ଼ିଶା ହେଉଛି ମହାନ୍ ବ୍ୟକ୍ତି ତଥା ମହାନ୍ ପୁରୁଷ ମାନଙ୍କ ରାଜ୍ୟ।ଯେଉଁଠି ଡ଼କ୍ଟର ହରେକୃଷ୍ଣ ମହତାବ,ବିଜୁ ପଟ୍ଟନାୟକ,ରାଜେନ୍ଦ୍ର ନାରାୟଣ ସିଂହଦେଓ ଭଳି ମହାନ୍ ପୁରୁଷ ଜନ୍ମ ହୋଇଥିଲେ।ଓଡ଼ିଶାର ମହାପୁରୁଷ ମାନେ ଓଡ଼ିଶାର ଦୁର୍ଭାଗ୍ୟ ଦେଖି କଣ କହୁଥିବେ।
ଏଣୁ ଜୁନ ୪ ବିଜେଡି ର ଏକ୍ସପାଏରି ଡେଟ୍।ଏଥର ଭୁବନେଶ୍ୱର ରେ ବିଜେପି ର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦୃଢୋକ୍ତି ର ସହ କହିଥିଲେ।
ଓଡ଼ିଶାର ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ଆସନରେ ଥାଇ ଆଜି ଦେଶକୁ ମାର୍ଗଦର୍ଶନ କରୁଛନ୍ତି।ଏଣୁ ଓଡ଼ିଶା କୁ ସମୃଦ୍ଧ ଓଡ଼ିଶା ଭାବେ ଗଠନ କରିବା ର ଆବଶ୍ୟକତା ଅଛି।
ଏଣୁ ବିଜେପି ସରକାର ଓଡ଼ିଶାରେ ଗଠନ କଲେ ଅନେକ ସମସ୍ୟା ଦୂର ହେବ ବୋଲି ମୋଦି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଜନତା ଙ୍କୁ ସମ୍ବୋଧନ କରି କହିଥିଲେ।ଆଉ ମଧ୍ୟ ମୋଦି ଗ୍ୟାରେଣ୍ଟି ଦେଇ ପାଣି, ରୋଜଗାର,କପା,ଧାନ ଉଚିତ୍ ଦର ରେ ଚାଷୀ ପାଇବେ ବୋଲି କହିଥିଲେ।ଚାଷୀ ଙ୍କ ଧାନ କ୍ଵିଣ୍ଟାଲ ପିଛା ୨୧୦୦ ବଦଳରେ ୩୧୦୦ ସହ କରିବା ପାଇଁ କହିଥିଲେ।
ଶିଶୁ ଜନ୍ମ ହେଲେ କେନ୍ଦ୍ର ସରକାର ୬୦୦୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସେହି ଟଙ୍କା କୁ କାଟି କମ ଦେଉଥିବା ଦୁର୍ଭାଗ୍ୟ ର ବିଷୟ ବୋଲି କହିଥିଲେ।ଦାଦନ ସମସ୍ୟା ଦୂର ପାଇଁ ବିଜେପି କୁ ଭୋଟ ଦେବା ପାଇଁ କହିଥିଲେ।
ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ନିବେଦନ କରିଥିଲେ।ଆଜିର ଏହି ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ବଳଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂଦେଓ,ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡ.ମୁକେଶ ମହଲିଙ୍ଗ,ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ,କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ,ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନ୍ ଓ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର,ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।

Related Posts

Seo wordpress plugin by www.seowizard.org.