Odisha News

ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗନାଲରେ ତ୍ରୁଟି ଓ ଷ୍ଟେସନ ମାଷ୍ଟରଙ୍କ ଅବହେଳା ଦୁର୍ଘଟଣାର ବଡ଼ କାରଣ !

ବାଲେଶ୍ବର,୪/୭: ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି। ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି। ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ ବି ମହାନ୍ତିଙ୍କୁ ଦାୟୀ କରାଯାଇଛି। ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।
ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି। ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ। ଏଥିଲାଗି ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର‌୍ୟ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି ବି ଏଥିରେ କୁହାଯାଇଛି ।
ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା। କମିସନର ଅଫ୍ ରେଲଓ୍ବେ ସେଫ୍ଟିଙ୍କ ରିପୋର୍ଟରେ ଏଭଳି କଥା ଉଲ୍ଲେଖ କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଜୁନ ୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ଏପର୍ଯର୍୍ୟନ୍ତ ୨୯୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେକ ଏବେ ବି ଚିକିତ୍ସାଧୀନ ଅଛନ୍ତି।
ବାହାନଗା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହେବାର ମାସକ ପରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍) ସିଗନାଲ ବିଭାଗର କର୍ମଚାରୀଙ୍କ ମାନବିକ ତ୍ରୁଟିକୁ ଦାୟୀ କରିବା ସହ ଯାନ୍ତ୍ରିକ ତ୍ରୁଟି କିମ୍ବା ମେସିନ୍ରେ ତ୍ରୁଟି ଦେଖାଦେବାର ସମ୍ଭାବନାକୁ ଖଣ୍ଡନ କରିଥିଲେ।

Related Posts

Seo wordpress plugin by www.seowizard.org.