Odisha News

ବାଲିଗୁଡା ଓ ଜି. ଉଦୟଗିରି ବିଧାନସଭା : ସକାଳ ୮ଟାରୁ ହେବ ମତଗଣନା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୬: କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡାରେ ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪ ତାରିଖ ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ଭୋଟ ଗଣତି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ଋଉଓ ୱେବସାଇଟ କ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ।
ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଶିକାର ବେଳେ ମାଡ଼ିବସିଲା ବନ ବିଭାଗ: ବନ୍ଧୁକ ସହ ଦୁଇ ଗିରଫ
ବାଲିଗୁଡା,୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଳକ ପୁସାଙ୍ଗିଆ ର ଏକ ଜଙ୍ଗଲ ମଧ୍ୟରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ ଦୋରା ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ସହାୟତାରେ ଚଢ଼ଉ କରିଥିଲେ। ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଅଫୁଟା ଗୁଳି, ୧୨୦ ଗ୍ରାମ ବାରୁଦ, ୨ଟି ଦିଆସିଲି,୨ ଟର୍ଚ ଲାଇଟ ଓ ୨ ଟି ମୋବାଇଲ ଜବତ କରିଥିଲେ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ବଳରାମ ପୂଜାରୀ (୨୭) ଓ ସୁଦାମ ମଲିକ (୪୦) ବୋଲି ଜଣାପଡିଛି। ଏ ନେଇ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ କୁମାର ଦୋରା ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.