Odisha News

ବାଇକରେ ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଜଳେଶ୍ୱର/ଓଡ଼଼ିଶା,୧୮/୧ : ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ। ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ଉଭୟ ସାଙ୍ଗ ଏକାସହିତ କମର୍ଦାରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ବାଇକ୍ଟି ହଠାତ୍ ଭାରସାମ୍ୟ ହରାଇ ଘଟିଥିଲା ଦୁର୍ଘଟଣା ।
ଯାହାଫଳରେ ବାଇକରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଦୁଇ ମୃତକ ହେଉଛନ୍ତି କମର୍ଦା ଥାନା ବାଗ ଗାଁର ଗୌତମ ସାହୁ ଓ ଚିନ୍ମୟ ସାହୁ । ପୋଲିସ ପହଞ୍ଚି ମୃତ ଦେହକୁ ଜଳେଶ୍ୱର ହସ୍ପିଟାଲ ଆଣିଥିବା ସୂଚନା ମିଳିଛି ।

Related Posts