Odisha News

ବସ୍‌ରେ ଗଞ୍ଜେଇ ଖୋଜୁଥିଲା ପୁଲିସ, ମିଳିଲା ୪ ପେଟି ଟଙ୍କା

କଟକ,୧୩/୧: ଗଞ୍ଜେଇ ଚାଲାଣ ସନ୍ଦେହରେ ଚଢାଉ ବେଳେ ମିଳିଲା ନଗଦ ୮୦ ଲକ୍ଷ ଟଙ୍କା। କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖାଯାଇଛି। ଏହି ଟଙ୍କା କଟକରୁ ଇନ୍ଦ୍ରାଣୀ ନାମକ ବସ ଯୋଗେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି।
ଅଟକ ବ୍ୟକ୍ତିଙ୍କ ନାଁ ସୁକୁମାର ସାହୁ। ଜବତ ହୋଇଥିବା ଟଙ୍କା କଳାଧନ ବୋଲି ଅଟକ ବ୍ୟକ୍ତି ଜଣକ ସ୍ବୀକାର କରିଛି। ଅଟକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କର କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି। ଏହି ଟଙ୍କା ସେହି ଗହଣା ଦୋକାନର ବୋଲି ସନ୍ଦେହ କରାଯାଉଛି।

Related Posts

Seo wordpress plugin by www.seowizard.org.