ବନ ବିଭାଗ ତରଫରୁ ପ୍ଲାଷ୍ଟିକମୁକ୍ତ ଅଭିଜାନ
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୬/୧ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳର ଶହୋଜଗ କ୍ରମେ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତର ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲା ଶୈବ ପୀଠ ପରିସରରେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଜାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହାର ଚତୁର୍ପାର୍ସରେ ପଡ଼ିଥିବା ପୁରୁଣା ପ୍ଲାଷ୍ଟିକ ବତଲ, ପଲିଥିନ ଜରି ଗୁଡ଼ିକୁ ସଂଗ୍ରହ କରାଯାଇ ସମ୍ପୂର୍ଣ୍ଣ ଜରି ମୁକ୍ତ କରିବା ପାଇଁ ଆହ୍ବାନ ଦେଇ ସଫା କରଯାଇଥିଲା ।
ଉକ୍ତ ବର୍ଜ୍ୟବସ୍ତୁକୁ ନିଆ ଲଗାଇ ନଷ୍ଟ କରଯାଇଥିଲା । ମୂଖ୍ୟ ଅତିଥି ଭାବେ ମୁନିଗୁଡା ବନାଞ୍ଚଳ ଅଧିକାରି ପ୍ରବୀଣ କୁମାର ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁଶୁଭାରମ୍ଭ କରିଥିଲେ ।
ଅଞ୍ଚଳ ପରିସରର ସୁରକ୍ଷା ପ୍ଲାଷ୍ଟିକ ବର୍ଜବସ୍ତୁମୁକ୍ତ କରିବାସହ ପ୍ରଦୂଷଣ ମୁକ୍ତ ଭାରତ ଗଡିବା ଦିଗରେ ନିଜ ବକ୍ତବ୍ୟ ରଖିଥିଲେ । ଏଥିସହ ଡ଼ାଙ୍ଗସରଡ଼ା ପଞ୍ଚାୟତ ସଦର ମହକୁମାରେ ଥିବା ଏସ ଏସ ଡି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଯୁଗାପଦରଗ୍ରାମର ଏସ ଏସ ଜି ଗ୍ରୁପ, ଡ଼ାଙ୍ଗସରଡ଼ାର ଏସ ଏସ ଜି ଗ୍ରୁପର ମହିଳା ମାନଙ୍କୁ ନେଇ, ବେନର , ପ୍ଲାକାର୍ଡ ଧରି ଏକ ପ୍ଲାଷ୍ଟିକ ମୁକ୍ତ ପ୍ରଦୂଷଣ ରାଲି ଗ୍ରାମର ସାହି ପରିକ୍ରମା କରି ଲୋକଙ୍କୁ ସଚେତନା କରଯାଇଥିଲା ।
ଏଥିରେ ସମ୍ମାନିତ ଅତିଥି ରୂପେ ସରପଞ୍ଚ ଅନିତା ଶବର, ସାମାଜିକ କର୍ମୀ ବିଜୟ ଉଲକା, ହାଡ଼ିପା ଗୌଡ଼, ଏସ ଏସ ଡି ସ୍କୁଲ ର ଶିକ୍ଷକ ଗଣ,ବନପାଳ,ସୁଜାତା ସୁନାମୁଦି, ପ୍ରମଦିନି ମାଣ୍ଡାଙ୍ଗି, ଅସ୍ପିନୀ କରକରିୟା, ହେମ ବେହେରା, ଏନ ଜି ଓର ବିଘ୍ନରାଜ ମିଶ୍ର,ପି ଏନ ଜିଓ, ଓ ବନରକ୍ଷୀ କୁନି କୁଶୁଳିଆ, କସ୍ତୁରୀ ପ୍ରହରାଜ, ରଣିତ୍ କୁମାର ମହାରଣା, ଲକ୍ଷ୍ମୀ କାନ୍ତ ପାଇଟାଳ, ଅହଲ୍ୟା ପାତ୍ର ,ଓ ବନରକ୍ଷୀ କର୍ମଚାରି ଉପସ୍ଥିତ ଥିଲେ ଏହାକୁ ପରିଚାଳନା କରିଥିଲେ ବନପାଳ ସୁଜାତା ସୁନାମୁଦୀ ।




