Odisha News

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

କୋକସରା,୬/୪: କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା।
ଏହି ସମୟରେ ଚାଷ ଜମିକୁ କାମ କରିବାକୁ ଯାଇଥିବା ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମର ମହେନ୍ଦ୍ର ଧରୁଆଙ୍କ ପୁଅ ପ୍ରଦୀପ (୨୦)ଙ୍କ ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁନୁ ମାଝିଙ୍କ ପୁଅ ଯୋଗେଶ୍ୱର (୨୪) ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସ୍ଥାନୀୟ ସରପଞ୍ଚ ଧର୍ମାନନ୍ଦ ସେଠିଆ ଏନେଇ କୋକସରା ପୋଲିସକୁ ଜଣାଇବା ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣିଛି।
ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ହେବା ନେଇ ପୋଲିସ ସୂଚନା ଦେଇଛି। ଏନେଇ କୋକସରା ପୋଲିସ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ତଦନ୍ତକାରୀ ପୋଲିସ ଏସ୍ଆଇ ଉଷା ହରିଜନ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.