ପ୍ରେସ କ୍ଳବ୍ ଚନ୍ଦ୍ରପୁର ଆନୁକୂଲ୍ୟରେ ଚତୁର୍ଥ ତ୍ରିବେଣୀ ମହୋତ୍ସବ ଅନୁଷ୍ଠିତ
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର ୧୬/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଳକରେ ପ୍ରସିଦ୍ଧ ଶୈବ ପୀଠ ମିନାଝୋଲା ଠାରେ ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସନ୍ଧ୍ୟା ଓ ପୂଜ୍ୟପୂଜା ପରମ୍ପରା ର ମିଳିତ ସଙ୍ଗମ ଚତୁର୍ଥ ତ୍ରିବେଣୀ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଅଧିବେଶନରେ ସଭାକାର୍ଯ୍ୟରେ ପ୍ରେସ କ୍ଳବର ସଭାପତି ପ୍ରମୋଦ କୁମାର ସାହୁକାରଙ୍କ ସଭାପତିତ୍ବରେ ଓ ଉତ୍ତମ କୁମାର ଦାସଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସତ୍ୟଜିତ ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରୀଣି ସଦସ୍ୟ ଶିବଶଙ୍କର ଉଲ୍ଲାକା, ଅଧ୍ୟକ୍ଷ ପଞ୍ଚାୟତ ସମିତି ଚନ୍ଦ୍ରପୁର ଓ ରାମନାଗୁଡ଼ା କୋଇନ କିମ୍ବାକା ଓ ରବି ଶଙ୍କର ଗମାଙ୍ଗ,ସରପଞ୍ଚ ଡାଙ୍ଗସୋରଡ଼ା ଓ ବୁଡୁବାଲି ଗ୍ରାମ ପଞ୍ଚାୟତ ଅନିତା ଶବର ଓ ଭିମ ଗାଗେରେଙ୍ଗା,ସମ୍ପାଦକ ପ୍ରେସ କ୍ଳବ୍ ବିଜୟ ପ୍ରସାଦ ଉଲ୍ଲାକା, ପ୍ରାକ୍ତନ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ପ୍ରାକ୍ତନ ଶାଖା ପରିଚାଳକ ଡାଙ୍ଗସୋରଡା ଉକ୍ତଳ ଗ୍ରାମ୍ୟ ବ୍ୟାଙ୍କ ଶଙ୍କର ଦାସ,ମିନାଝୋଲା ଆଶ୍ରମ ର ପରିଚାଳକ ସ୍ଵାମୀ ଜନକାନନ୍ଦ ଗିରି, ଉପଦେଷ୍ଟା ପ୍ରେସ କ୍ଳବ୍ ଚନ୍ଦ୍ର ଶେଖର ପଣ୍ଡା,ଗୀତା ଗୁରୁ ହନୁମନ୍ତ ପୁର କରୁଣା କର ପାତ୍ର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରପୁର ଉମାକାନ୍ତ ମିଶାଲ ପ୍ରମୂଖ ଉପସ୍ଥିତ ରହି ଏହି ମହୋତ୍ସବ ର ଲକ୍ଷ୍ୟ, ପୌରାଣିକ କିମ୍ବଦନ୍ତୀ ବିଷୟରେ ବିଶଦ ଆଲୋଚନା ରଖିଥିଲେ।
ସମ୍ପାଦକ ଶ୍ରୀ ଉଲ୍ଲାକା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ,ସମାଜ ସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିକ୍ଷକ,ସମାଜ ସେବୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ଭର୍ଧିତ କରାଯାଇଥିଲା ।
ଚାଉଳ ଧୁଆ,ଫଳ ଫଳିଆ ଓ ବଂଶଧାରା ନଦୀର ମିଳନ ସ୍ଥଳ ଓ ଏହି ପବିତ୍ର ସ୍ଥାନ ମୀନକେତନସ୍ୱର ନାମରେ ପୂଜିତ,ହର ଓ ହରିଙ୍କ ସଙ୍ଗମ ପୀଠ ଓ ଅନେକ ପୌରାଣିକ ଓ ଆଧ୍ୟାତ୍ମିକ ଚେତନାର ଏହି ଶୈବ ପୀଠ ଯାହା ପାଖା ପାଖି ଦସରୁ ଉର୍ଦ୍ଧ୍ୱ ଜିଲ୍ଲା ଓ ପଡୋଶୀ ରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଏକାଠି କରାଇଥାଏ ।
ସମସ୍ତ ଶାନ୍ତି ଶୃଙ୍ଖଳାର ସହ ଦୁଇ ଦିନ ଧରି ଏହି ଯାତ୍ରାକୁ ଉପଭୋଗ କରିବା ସହ ପବିତ୍ର ବୁଡ ପକାଇ ନିଜର ବାଞ୍ଛିତ ମନସ୍କାମନା ପୂର୍ଣ୍ଣ କରନ୍ତି ।
ଏହା ସହ ସନ୍ଧ୍ୟାରେ ସୁପ୍ରସିଦ୍ଧ ଭଜନ ସନ୍ଧ୍ୟା ଭକ୍ତମାନଙ୍କୁ ବାନ୍ଧି ରଖିଥିଲା। ବିଶେଷ ଭାବରେ ଭକ୍ତ ମାନଙ୍କ ସମାଗମ ସହ ଏଠାରେ ବାଣିଜ୍ୟ ବ୍ୟବସାୟ ମଧ୍ୟ ଅତି ସୁନ୍ଦର ହୋଇଥାଏ ।
ଅନ୍ୟ ମାନଂକ ମଧ୍ୟରେ ପ୍ରେସ କ୍ଳବ୍ ର କୋଷାଧ୍ୟକ୍ଷ ହାଡିପା ଗଉଡ଼, ଈଶ୍ୱର ରାଓ ପ୍ରିୟରଞ୍ଜନ ସାହୁକାର ପ୍ରମୋଦ ମୁଗୁଲୀ ସୁନୀଲ କୈଳାସ ପ୍ରମୁଖ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ ।




