Bollywood

ପ୍ରେମିକା ସହ ଧରାପଡ଼ିବା ପରେ ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ପ୍ରଡ୍ୟୁସର

ମୁମ୍ଵାଇ, ୨୭/୧୦: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା। ବର୍ତ୍ତମାନ ତାଙ୍କ ବିରୋଧରେ ପତ୍ନୀ ଜସ୍ମିନଙ୍କୁ କାରରେ ଧକ୍କା ଦେଇଥିବାର ଅଭିଯୋଗ ହୋଇଛି ।
ଏନେଇପୋଲିସ କହିଛି ଯେ କମଲ ମିଶ୍ରାଙ୍କ ପତ୍ନୀ ତାଙ୍କୁ କାରରେ ଆଉ ଏକ ମଡେଲଙ୍କ ସହ ରୋମାନ୍ସ କରୁଥିବା ଦେଖି ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିର୍ମାତା ତାଙ୍କୁ ଠେଲିକି କାରରେ ଚଢାଇ ଦେଇଥିଲେ । ଜସ୍ମିନ୍ଙ୍କ ଅଭିଯୋଗ ପରେ ଆମ୍ବୋଲି ପୋଲିସ ଏହି ବିଷୟରେ ମାମଲାରେ ରୁଜୁ କରିଛି।
ଅକ୍ଟୋବର ୧୯ ରେ ଅନ୍ଧେରି (ପଶ୍ଚିମ) ରେ ଥିବା ଘରର ପାର୍କିଂ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଫିଲ୍ମ ଏବଂ ସିରିଏଲ ଅଭିନେତ୍ରୀ ଜସ୍ମିମ୍ ନିର୍ମାତା କମଲ କିଶୋର ମିଶ୍ରାଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ବର୍ତ୍ତମାନ ଅନ୍ୟ ଜଣେ ମଡେଲ ସହିତ ଏକ ସଂପର୍କରେ ଅଛନ୍ତି। ଜସ୍ମିନ୍ କହିବାନୁସାରେ ଯେ ଦିନେ ତାଙ୍କ ସ୍ୱାମୀ କମଲଙ୍କ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ସ୍ଵାମୀଙ୍କୁ କାରରେ ମଡେଲ ଆୟେଶା ସୁପ୍ରିୟାଙ୍କ ସହ ରୋମାନ୍ସ କରୁଥିବା ଦେଖିଥିଲେ।
ଯେତେବେଳେ ସେ କାର ଗ୍ଲାସ୍ ଠକ୍ ଠକ୍ କରି ବାହାରକୁ ଆସି କିଛି କଥା ହେବାର ଅଛି କହିଥିଲେ। ହେଲେ ସେ କିଛି ନଶୁଣି କାରକୁ ଦ୍ରୁତ ଗତିରେ ବୁଲାଇ ତାଙ୍କ ଉପରେ ଚଢାଇ ଦେଇଥିଲେ। ଯାହାଫଳରେ ସେ ତଳେ ଗଳି ପଡିଥିଲେ ଏବଂ ତାଙ୍କ ମୁଣ୍ତ ବି ଫାଟିଯାଇଥିଲା ।
ଏନେଇ ଜସ୍ମିନ୍ ନିଜେ କହିଛନ୍ତି ଯେ କମଲଙ୍କର କୌଣସି ମାନବିକତା ନାହିଁ । କାହିଁକି ନା ସେ କାରରୁ ଓହ୍ଲାଇଲେ ନାହିଁ କି ଦେଖିଲେନି ମୁଁ ଜୀବିତ ନା ମୃତ। ଆମର ୯ବର୍ଷର ସମ୍ପର୍କ ଅଛି କିନ୍ତୁ ସେହି ବ୍ୟକ୍ତି ୯ସେକେଣ୍ଡ ପାଇଁ ମଧ୍ୟ ମୋ ବିଷୟରେ ଭାବିନଥିଲେ ।
ଏହା ସହ ସେ ତାଙ୍କ ସ୍ଵାମୀଙ୍କ ବିରୋଧରେ କହିଛନ୍ତି କମଲ ନୂଆ ନୂଆ ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସାଉଛନ୍ତି। ଏହିପରି ଭାବରେ ସେ ଅନେକ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି। ମୋର ପ୍ରମାଣ ଅଛି ଯେ ଆୟେଶା ସୁପ୍ରିୟା ୬ମାର୍ଚ୍ଚରେ ଗୋଟିଏ ଘର ଭିତରେ କମଲଙ୍କୁ ବିବାହ କରିଥିଲେ। ପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିବାକୁ ଲାଗିଲେ ଏବଂ ମୋତେ ଘରୁ ବାହାର କରିଦେଲେ। ସେ ମୋତେ ‘ତଲାକ ତଲାକ୍ ତଲାକ୍’ କହିଥିଲେ।

Related Posts

Seo wordpress plugin by www.seowizard.org.