ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀକୁ ଠକେଇ ମୁରିବାହାଲ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୮/୧ : ଗତ ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର କୁକୁଡ଼ା ଚାଷୀ ଭୋଜରାଜ୍ ମହାକୁରଙ୍କ ସ୍ତ୍ରୀ ପ୍ରିମିୟମ ଚିକ୍ ଫିଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀକୁ ଜଣାଇଲେ ।
ସେମାନେ ଦେଇଥିବା ସମସ୍ତ କୁକୁଡ଼ା ପୋଡ଼ି ନଷ୍ଟ ହୋଇଯାଇଛି।ଏହା ଶୁଣି କମ୍ପାନୀ ର ଷ୍ଟାଫ୍ ମାନେ ଆସି ଦେଖିଲେ ମାତ୍ର ୧୦୦ ରୁ ୧୫୦ ଟି ପକ୍ଷୀ ଫାର୍ମ ଭିତରେ ପୋଡ଼ି ମରିଥିବା ଜାଣିଲେ।କୁକୁଡ଼ା ଫାର୍ମ କୁକୁଡ଼ା ସହ ଜଳୁଥିବା ବେଳେ କେହି ଅଗ୍ନିଶମ ବିଭାଗ କୁ ଜଣାଇ ନ ଥିଲେ।ଫାର୍ମ ଭିତରେ ୨୩୮୫ ଗୋଟି କୁକୁଡ଼ା ଥିବା ବେଳେ କେବଳ ୧୦୦ ରୁ ୧୫୦ ଗୋଟି କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ମିଳିଥିଲା
ଫାର୍ମ ପୋଡ଼ିବା ପରେ ମଧ୍ୟ ଗେଟ୍ ରେ ତାଲା ପଡ଼ିଥିଲା।ତେବେ ବାକି କୁକୁଡ଼ା ଗଲେ କୁଆଡେ। ଏଣୁ କମ୍ପାନୀ ର ବଲାଙ୍ଗିର ବ୍ରାଞ୍ଚ ମ୍ୟାନେଜର ଲିଙ୍ଗରାଜ ମଲ୍ଲିକ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କଲେ।ଅଭିଯୋଗ କୁ ଭିତ୍ତି କରି ମୁରିବାହାଲ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ବୁଲୁ ମୁଣ୍ଡା ତଦନ୍ତ ଆରମ୍ଭ କରିଥିଲେ।
ତଦନ୍ତ ସମୟରେ କୁକୁଡ଼ା ଚାଷୀ ଭୋଜାରାଜ୍ ମହାକୁର କୁ ପଚରା ଉଚୁରା କରିବାରୁ ସତ୍ୟତା ପଦାକୁ ଆସିଥିଲା।
ଭୋଜରାଜ ବେଲପଡ଼ା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ରହୁଥିବା ତାଙ୍କ ସହଯୋଗୀ ବନ୍ଧୁ ସୁବଳ ରଣା ଙ୍କୁ କୁକୁଡ଼ା ବିକ୍ରି କରିବା ପାଇଁ କହିଥିଲେ।ଦୁଇଜଣ ମିଶି କଣ୍ଟାବାଞ୍ଜି ର ସିଂ ଟ୍ରେଡର୍ସ ଏବଂ ଜଏଶ୍ୱାଲ ଟ୍ରେଡର୍ସ ନାମକ ଦୁଇଜଣ ବ୍ୟବସାୟୀ ଙ୍କ କୁକୁଡ଼ା ବୁହା ଗାଡି ରେ ନେଇ ପ୍ରାୟ ୨୩୮୫ ଗୋଟି କୁକୁଡ଼ା ବିକ୍ରି କରି ଦେଇଥିବା ପୋଲିସ ର ତଦନ୍ତ ରୁ ଜଣାପଡିଥିଲା।
ଏହା ସହ ୨୭ ବ୍ୟାଗ୍ କୁକୁଡ଼ା ଦାନା ବିକ୍ରି କରିଦେଇଥିବା ନିଜେ ଭୋଜାରାଜ ପୋଲିସ ତଦନ୍ତ ବେଳେ ପ୍ରକାଶ କରିଥିବା ପୋଲିସ ସୂତ୍ରରୁ ଜାଣିବାକୁ ମିଳିଥିଲା।ବିକ୍ରୀ କରିଦେଇଥିବା କୁକୁଡ଼ା ଏବଂ କୁକୁଡ଼ା ଖାଦ୍ୟ ର ଆନୁସଙ୍ଗିକ ମୂଲ୍ୟ ୮ ଲକ୍ଷ୍ୟ ୫୦ହଜାର ଟଙ୍କା ହେବ ବୋଲି କମ୍ପାନୀ କହିଛି।
ପୋଲିସ ଭୋଜରାଜ୍ ମହାକୁର ଏବଂ ସୁବଳ ରଣା କୁ ଗିରଫ କରି ତାଙ୍କ ଠାରୁ କିଛି ଟଙ୍କା ଜବତ କରିଛି। ଏହା ସହ ସେମାନେ କୁକୁଡ଼ା ମାନଙ୍କୁ ବିକ୍ରି କରିବା ପାଇଁ ବ୍ୟବହାର ହୋଇଥିବା ଦୁଇ ଗୋଟି ଗାଡ଼ି କୁ ମଧ୍ୟ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ମୂରିବାହାଲ ପୋଲିସ ଏ ସଂକ୍ରାନ୍ତ ରେ ଥାନା କେସ ନମ୍ବର ୧୬,ଧାରା ୬୧(୨)/୩୧୮(୪)/୨୯୬/ ୩୫୧(୨)/୩୨୬(ଶ)/୩(୫) ବିଏନଏସ ରେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।




