Odisha News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ ,୨୩/୬: ମୋଦୀଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ସେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସହ ଅନେକ ଗୁଡିଏ ପ୍ରସଙ୍ଗରେ ହେଲା ଆଲୋଚନା ।
ତେବେ ଆଲୋଚନା ପରେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶର ସହମତି ରହିଛି । ବିଶେଷକରି ମୁଁ ତାଙ୍କ ପ୍ରାର୍ଥିତ୍ୱରେ ବେଶ୍ ଖୁସି ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ । ଶାହାଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି ମୁର୍ମୁ ।
ସୂଚନା ଥାଉକି, ଏନଡିଏ ତରଫରୁ ଏଥର ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏଠାରେ କହିରଖୁଯେ, ପ୍ରଥମ ଥର ପାଇଁ ମୁର୍ମୁଙ୍କ ନାମ ସାମ୍ନାକୁ ଆସିନାହିଁ ।
୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଝାଡଖଣ୍ଡର ତତ୍କାଳୀନ ରାଜ୍ୟପାଳଙ୍କ ଅର୍ଥାତ୍ ଦ୍ରୌପଦୀ ମୁର୍ମୁଙ୍କ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ସେହି ସମୟରେ ରାମନାଥ କୋବିନ୍ଦଙ୍କ ନାରେ ମୋହର ବାଜିଥିଲା । ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପକ୍ଷରୁ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ସେପଟେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ବିଜୟୀ କରିବାକୁ ଆବଶ୍ୟକ ମୋଟ ଭୋଟ୍ରୁ ପ୍ରାୟ ୧.୨ ପ୍ରତିଶତ କମ୍ ରହିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପାଖରେ । ଆଉ ବିଜେଡି ପାଖରେ ଅଛି ୨.୮୮% ଭୋଟ୍ ।
ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ଆଜି ସମର୍ଥନ ଘୋଷଣା କରିଛି । ଏଥିସହ ଓଡ଼ିଶାର ସମସ୍ତ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।
ନବୀନଙ୍କ ସମର୍ଥନ ଘୋଷଣା ପରେ ବଦଳି ଯାଇଛି ଗଣିତ । ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ପଥ ପରିଷ୍କାର ହୋଇଯାଇଛି ।

Related Posts

Seo wordpress plugin by www.seowizard.org.