Odisha News

ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେଲା ବାପା: ଅଭିଯୁକ୍ତ ଓ ସାବତ ମା ଗିରଫ

ଅନୁଗୋଳ,୧୩/୮ : ପୁଅ ସ୍କୁଲ ଗଲା ନାହିଁ ବୋଲି ବାପା ଦେଲା ଚେଙ୍କ। ଏହି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରୁ। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି।
ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା। ଚେଙ୍କ ଖାଇଥିବା ୧୨ ବର୍ଷୀୟ ନାବାଳକଙ୍କ ଅବସ୍ଥା ଗୁରୁତର ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରିଥିଲେ।
ଚାଇଲ୍ଡ ଲାଇନ ସଦସ୍ୟମାନେ ଆସିବା ପରେ ପୁଲିସ ଉପସ୍ଥିତିରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପୁଲିସ ତାଙ୍କ ବାପା ଓ ସାବତ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ପିଲାଟିକୁ ଚେଙ୍କ ଦେବାକୁ ତାଙ୍କ ସାବତ ମା’ ପ୍ରବର୍ତ୍ତାଇ ଥିଲେ।

Related Posts

Seo wordpress plugin by www.seowizard.org.