Odisha News

ପୋଖରୀରୁ ହୋମ୍‌ଗାର୍ଡଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗଞ୍ଜାମ,୭/୮: ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ମୃତକ ହେଲେ ବଡଗଡ଼ ଗ୍ରାମର ବଳରାମ ଦାସ। ସେ ବଡଗଡ଼ ଥାନେରେ କାର୍ଯ୍ୟ କରୁଥିଲେ।
ବଳରାମ ନିଶାସେବନ କରନ୍ତି। କିଛି ଦିନ ତଳେ ବଳରାମ ନିଶାସେବନ କରି ଥାନାକୁ ଆସିଥିଲେ। ଏନେଇ ଏସ୍ଆଇ ତାଙ୍କ ଉପରେ ବିରକ୍ତି ହୋଇଥିଲେ। ନିଶାସେବନ ନ କରି ଥାନାକୁ ଆସିବାକୁ କହିଥିଲେ। ବଳରାମ ଏକ ସପ୍ତାହ ହେଲା ଥାନାକୁ ଆସୁନଥିଲେ।
କିନ୍ତୁ ଆଜି ସକାଳୁ ବଳରାମଙ୍କ ମୃତଦେହ ଥାନା ନିକଟରେ ଥିବା ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.