Odisha News

ପୂର୍ବତନ ଦୁର୍ଗପତି ସ୍ବର୍ଗତ ଅରବିନ୍ଦ ମିତ୍ରଙ୍କୁ ଖୋରାଧା କ୍ଳବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୫/୩ : ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କ ବଡ଼ ଭାଇ ତଥା ପୂର୍ବତନ ଦୁର୍ଗପତି ,ପୋଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ଖୋରଧା କ୍ଲବର ବରିଷ୍ଠ ସଂଗ୍ରାମୀ ସଦସ୍ୟ ଅରବିନ୍ଦ ମିତ୍ରଙ୍କ(୭୯) ବୟସରେ ରବିବାର ରାତିରେ ପରଲୋକ ହୋଇଯାଇଛି। ଖୋରଧା କ୍ଳବ ପକ୍ଷରୁ ଏହି ଉପଲକ୍ଷେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।
କ୍ଲବର ବରିଷ୍ଠ ସଦସ୍ୟ ତଥା ଅଧିବକ୍ତା ପ୍ରଫୁଲ୍ଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ କ୍ଲବର ସମ୍ପାଦକ ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଉପ ସଭାପତି ରବିନାରାୟଣ ପଟ୍ଟନାୟକ, ପୂର୍ବତନ ଏସ୍ପି ଦେବପ୍ରସାଦ ମଜୁମଦାର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମିତ୍ର ଖୋରଧା କ୍ଳବ ପାଇଁ କରିଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶୋକ ପ୍ରସ୍ତାବ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, କ୍ଲବର କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ବରିଷ୍ଠ ସାମ୍ବାଦିକ ନିରୋଦ ପଟ୍ଟନାୟକ, ସୁବାସ ଚନ୍ଦ୍ର ପାତ୍ର,ଯୁଗ୍ମ ସମ୍ପାଦକ ସରୋଜ ସୁନ୍ଦର ପଟ୍ଟନାୟକ,ଶିକ୍ଷାବିତ ଗୋପାଳ କୃଷ୍ଣ ଦାସ ପ୍ରମୁଖ ଅନେକ ସଦସ୍ୟ ଶୋକସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ପୂର୍ବତନ ଦୁର୍ଗପତିଙ୍କ ଫଟୋ ଚିତ୍ରରେ କ୍ଳବ ପକ୍ଷରୁ ସମସ୍ତ ସଦସ୍ୟ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ କ୍ଲବର ଅମର କାନ୍ତ ପଟ୍ଟନାୟକ, ସଦାଶିବ ସ୍ୱାଇଁ, ପିଣ୍ଟୁ ଚକ୍ରବର୍ତ୍ତୀ, କାଳୀଶଙ୍କର ରାଉତରାୟ, ମିହିର କୁମାର ନାୟକ, ଶିବାଶିସ ମିତ୍ର, ପୂର୍ବତନ କାଉନସିଲର ବିଜୟ କୁମାର ସେଠି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପାଇକରାୟ, ସନ୍ଦୀପ ବର୍ମନ,ସୂର୍ଯ୍ୟ ନାରାୟଣ ମହାନ୍ତି, ଲୋକେଶ ନାୟକ,ଜଗତ ପ୍ରସାଦ ଦାସ, ପ୍ରମୋଦ କୁମାର ସିଂହ ସାମନ୍ତ, ଶିବ ପ୍ରସାଦ ମଜୁମଦାର, ଜୟପ୍ରକାଶ ନାୟକ, ନରସିଂହ ପଟ୍ଟନାୟକ, ତ୍ରିନାଥ ମହାପାତ୍ର, ଆଶିଷ ପ୍ରମୁଖ ଶହେରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦେଇ ସ୍ବର୍ଗତ ମିତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Related Posts